www.samajalive.in
Tuesday, December 9, 2025
15.1 C
Bhubaneswar

କେନ୍ଦ୍ର ସରକାରଙ୍କ ନୂତନ ପେନସନ ଲାଗୁ, ରେଲୱେ ଶ୍ରମିକ ଯୁନିୟନର ବିରୋଧ

କଣ୍ଟାବାଞ୍ଜି : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ କଣ୍ଟାବାଞ୍ଜି ଏଡିଇଏନ ଅଫିସ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ନୂତନ ପେନସନକୁ ବିରୋଧ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଏହା ସହ ଏକ ଦାବିପତ୍ର ସ୍ଥାନିୟ ଏଡିଇଏନଙ୍କ ଜରିଆରେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଶ୍ରମିକ ୟୁନିୟନ ନରୋତ୍ତମ ମହାନନ୍ଦ କହିବା ଅନୁସାରେ ନୂତନ ପେନସନ ଯୋଗୁ ରେଲୱେରେ କାମ କରୁଥିବା କର୍ମୀଚାରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେନ୍ଦ୍ର କରିଥିବା ନୂତନ ପେନସନ ତୁରନ୍ତ ହଟାଇ ପୁରୁଣା ପେନସନ ଲାଗୁ କରାଯାଉ । ପେନସନ ହେଉଛି ଅବସର କର୍ମଚାରୀମାନଙ୍କ  ଅଧିକାର । ଯଦି ଅବସର କର୍ମଚାରୀମାନେ ନିଜର ହକ ଅଧିକାର ଠିକ ଭାବେ ପାଇବେ ନାହିଁ ତେବେ ସେମାନେ କଣ କରିବେ ।
ତେଣୁ ରେଲୱେ ମନ୍ତ୍ରୀ ଆମର ନୂତନ ପେନସନ  ଲାଗୁ କରିଥିବା ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ ଲାଗୁ କରନ୍ତୁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । । ଦାବିପତ୍ର ଦେବା ସମୟରେ ଶ୍ରମିକ ୟୁନିୟନ କଣ୍ଟାବାଞ୍ଜି ଶାଖା କୋଷାଧକ୍ଷ ବିଗ୍ନେଶ୍ଵର ସୁନା , ପିକେ ବନଛୋର , ଟିସି ବାଗଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories