www.samajalive.in
Tuesday, December 9, 2025
17.1 C
Bhubaneswar

କାନପୁର ଏସପିଙ୍କ ଡାକ୍ତରଖାନାରେ ମୃତ୍ୟୁ

କାନପୁର: ସିଟି ଏସପି ସୁରେନ୍ଦ୍ର ଦାସ ପାରିବାରିକ କଳହରୁ କରିଥିବା ଆତ୍ମହତ୍ୟା ଉଦ୍ୟମ ଶେଷରେ ତାଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇଛି। ୫ଦିନ ପୂର୍ବେ ପାରିବାରିକ କଳହରୁ ଅତିଷ୍ଠ ହୋଇ ସୁରେନ୍ଦ୍ର “ସଲଫାସ’ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ଡାକ୍ତରଖାନା କର୍ତ୍ତୁପକ୍ଷ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ତର୍ଜମା କରି ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରିଥିଲେ। କାନପୁର ସିଟି ଏସପି ୨୫ଗ୍ରାମ ସଲଫାସ ଖାଇଥିବା ତାଙ୍କ ପତ୍ନୀ ଡାକ୍ତରଙ୍କୁ ସୂଚନା ଦେବା ପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ଆଇପିଏସ ଅଧିକାରୀଙ୍କ ଲିଭର ଓ କିଡ଼ନୀ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ଆଇପିଏସ ଅଧିକାରୀ ସୁରେନ୍ଦ୍ର ଦାସଙ୍କ ମୃତ୍ୟୁରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories