www.samajalive.in
Sunday, December 7, 2025
26.1 C
Bhubaneswar

୧୫ବର୍ଷ ପରେ ନିୟମଗିରିରେ ଭୋଟ ଦେବେ ଡଙ୍ଗରିଆ

କଲ୍ୟାଣସିଂହପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ତଳେ ଥିବା ପାର୍ଶାଲି ପଞ୍ଚାୟତରେ ୧୫ବର୍ଷ ପରେ ନିୟମଗିରି ଡଙ୍ଗରିଆ ଦେବେ ଭୋଟ । ଆଜି  ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାର ରହିଥିବା ବେଳେ  ନିୟମଗିରି ପାହାଡ ସୁରକ୍ଷା ସମିତିର ଆବାହକ ଲଦ ସିକକା ଙ୍କ  ନେତୃତ୍ୱରେ ପଞ୍ଚାୟତ ନିକଟସ୍ଥ ଆମ୍ବ ଗଛ ମୂଳେ ବୈଠକ କରିଥିଲେ । ଏଥିରେ ନିୟମଗିରି ପାହାଡ ରେ ବସବାସ କରୁଥିବା ଡଙ୍ଗାମାଟି,ଲାଖପଦର, ପଟାଙ୍ଗପଦର,ବଡ ବୁଡୁଣୀ, ସାନବୁଡୁଣୀ,ନିଶିଖାଲ, ନିର୍ଗୁଣ୍ଡି, ଫାକେରି, ଦାମାଗାଡ଼ା, ମାୟାବାଲି ପ୍ରମୁଖ ଗାଁର ଡଙ୍ଗରିଆ ମାନେ ଏକତ୍ରିତ ହୋଇ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାପାଇଁ ନିଷ୍ପତି ନିଆଯାଇଛି ।
ନିୟମଗିରି ପାର୍ଶାଲି ପଞ୍ଚାୟତରେ ୩୨ଖଣ୍ଡ ଗାଁକୁ ୧୧ଟି ୱାର୍ଡ ରହିଛି ।ଏଥିରେ ୩ ୱାର୍ଡ ରେ ହୁଇକା ମାଝିୱାଣୀ,୪ ୱାର୍ଡ ରେ ଦମ୍ବୁ ସିକକା,୬ୱାର୍ଡରେ ସୁଶୀଳା ଟାକ୍ରି,୮ୱାର୍ଡ ରେ ଜାକେସିକା ଆମ୍ବେ, ୧୦ ୱାର୍ଡ ରେ ତେଲ ପ୍ରାସ୍କା ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ୬ଟି ୱାର୍ଡ ରେ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ପରେ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶରେ  ୱାର୍ଡ ସଦସ୍ୟ ଚୟନ କରାଯିବ ବୋଲି ନିଷ୍ପତି ନେଇଛନ୍ତି । ସେହିପରି ସରପଞ୍ଚ ପ୍ରାର୍ଥୀ ପାଇଁ ଲକ୍ଷ୍ମୀ କାଡ୍ରାକା ଓ ପୁଲେ କାଡ୍ରାକା ମନୋନୟନ ପତ୍ର ଦାଖଲ କରିବା ବେଳେ ସମିତି ସଭ୍ୟ ରେ ୪ଜଣ ବିକାଶ ବାଗ, କର୍ଣ୍ଣ କୌଶଲ୍ୟା, ଶାନୁର୍ଯ୍ୟ ଟାକିରି,ସିନ୍ଦୁର ଭତ୍ରା  ନାମାଙ୍କନ ପତ୍ର ଦାଖଲ କରିଥିଲେ ।ବର୍ତ୍ତମାନ ନିୟମଗିରିବାସୀ ଶିକ୍ଷିତ ହେଇଗଲେଣି ଚଳିତ ପଞ୍ଚାୟତ ନିର୍ବାଚନ ରେ ନିଜ ନିଜ ଭୋଟ  ସାବ୍ୟସ୍ତ କରି ମନ ମୁତାବକ ପ୍ରାର୍ଥୀ ଚୟନ କରିବୁ ।ପୂର୍ବରୁ  ନିୟମଗିରି ଆବହଙ୍କ ଓ ସମସ୍ତ ଡ଼ଙ୍ଗାରିଆ ନିଷ୍ପତ୍ତି ଅନୁଯାଇ ପ୍ରାର୍ଥୀ ଚୟନ କରି ନିର୍ଦ୍ୱନ୍ଦରେ ନିର୍ବାଚିତ କରାଯାଉଥିଲା ବୋଲି ନିୟମଗିରି ବାସୀ ବାମ କାଡ୍ରାକା,ଅଭିମନ୍ୟୁ ଭତ୍ରା, ଡ୍ରିକା କାଡ୍ରାକା, କୃଷ୍ଣ ସିକକା ପ୍ରମୁଖ କହିଛନ୍ତି । ଏବିଷୟରେ ନିର୍ବାଚନ ଅଧିକାରୀ ସୁଧାକର ରଇତ ଙ୍କୁ ପଚାରିବାରୁ ସେ କହିଛନ୍ତି ନିୟମଗିରି ପାହାଡ ଅଞ୍ଚଳରେ ବହୁତ ଶିକ୍ଷିତ ହେଲେଣି,  ଗଣତନ୍ତ୍ର ରେ ପ୍ରତ୍ୟେକ ମଣିଷର ନିର୍ବାଚନ ଲଡିବା ପାଇଁ ମୌଳିକ ଅଧିକାର ଅଛି । ଆଗରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଥିଲେ ବର୍ତ୍ତମାନ ଶିକ୍ଷିତ ହେବାରୁ ଭୋଟ ଦେବେ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories