www.samajalive.in
Saturday, December 6, 2025
15.1 C
Bhubaneswar

ଉପରସାଜାରେ କଲଭର୍ଟ ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଜିଲାପାଳ ଓ ଆଇନ ମନ୍ତ୍ରୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅଧିନସ୍ଥ ଉପରସାଜାରେ କଲଭର୍ଟ ସେଣ୍ଟିଙ୍ଗ ଭୁଶୁଡିବା ଘଟଣାରେ ଗୁରୁବାର ଜିଲାପାଳ ସ୍ବଧା ଦେବ ସିଂ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହ ୩ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଚେକ୍ ଆକାରରେ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ତହସିଲଦାର ସୁଧାକର ରଇତ, ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, କ ଜୋନର ଜିଲାପରିଷଦ ବି ୱାରା ପ୍ରସାଦ ରାଓ, ଖ ଜୋନର ଜିଲାପରିଷଦଙ୍କ ସ୍ୱାମୀ ଭୋମି ମାଧବ ରାଓ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।

ପ୍ରକାଶ ଥାଉ କି, ଗତ ସୋମବାର ଦିନ ଲଗାଣ ବର୍ଷା ହେବା ଯୋଗୁଁ କଟଲପାଡୁଠାରୁ ତଳସାଜା ଦେଇ ଉପରସାଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଥିଲା। ଉପର ସାଜା ନିକଟରେ ଥିବା ଜାପିଙ୍ଗ ନାଳରେ ଏକ ମିନି ପୋଲ ନିର୍ମାଣ କରିବା ପାଇଁ ସେଣ୍ଟିଙ୍ଗ ପକାଇଥିଲେ। ଉକ୍ତ ଗ୍ରାମର ୫ଜଣ ଶିଶୁ ସମେତ ଜଣେ ବୟସ୍କ ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିଲେ। ନାଳରେ ବର୍ଷା ପାଣି ଆସିଯିବାରୁ ସେଣ୍ଟିଙ୍ଗଟି ଦୁର୍ବଳ ହୋଇଯାଇଥିବାରୁ ତାହା ଗାଧୋଉଥିବା ଲୋକଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ୪ ଶିଶୁଙ୍କ ସମେତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଅନ୍ୱେଷ କୁଲିସିକାଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ। ଏଥିସହ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଆଜି ଜିଲାପାଳ ଓ ମନ୍ତ୍ରୀ ଗସ୍ତ କରି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇ ୩ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି। ଏଥିସହ ମୃତ ଲକ୍ଷ୍ମୀଧର ମିଣିଆକାଙ୍କ ସ୍ତ୍ରୀ ସାଇବାଣୀ ମିଣିଆକାଙ୍କୁ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ଜିଲାପାଳ କହିଛନ୍ତି। ଏଥିରେ ବିଜେଡି ସଭାପତି ସୁନ୍ଦର ରାଓ ବାଗ, ସାମାଜିକ ସୁରକ୍ଷା ଅଧିକାରୀ ଦୟାନିଧି ଭତ୍ରା, ସ୍ଥାନୀୟ ଥାନା ଅଧିକାରୀ ସୁମନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଗ୍ରାମକୁ ମଧ୍ୟ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ଡାଇରେକ୍ଟର ଜଗନ୍ନାଥ ନୁଣ୍ଡ୍ରୁକା ଗସ୍ତ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କିଛି ସହାୟତା ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories