ଡେସ୍କ: ଡେସ୍କ: ରାଜ୍ୟରେ ଲଗାଣ ବର୍ଷା ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ଅଂଚଳ ଜଳମଗ୍ନ ହୋଇଛି। ଫଳରେ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଳସଂପଦ ବିଭାଗର ୮ଜଣ ଯନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଦୁର୍ବଳ ନଦୀ ବନ୍ଧ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର ସହ ରହିବା ଓ ଖାଦ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି।
ସୂଚନା ଅନୁଯାୟୀ, ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ ପୁରୀ ଠାରେ ଭାର୍ଗବୀ ଓ ଦୟା ନଦୀ ଅବବାହିକା ଉପରେ ନଜର ରଖିବେ। ସେହିପରି ଆର୍ତ୍ତତ୍ରାଣ ସାହୁ କେନ୍ଦ୍ରାପଡା ଠାରେ ଲୁଣା-କରାଣ୍ଡିଆ ନଦୀ ଅବବାହିକା, ବିଘ୍ନରାଜ ପୁରୋହିତ ଖୋର୍ଦ୍ଧା ଠାରେ ଖୋର୍ଦ୍ଧା ଅଂଚଳରେ, ପ୍ରତୀକ ଦୀକ୍ଷିତ ମହାନଦୀ ବ୍ୟାରେଜ, ଶକ୍ତି ପ୍ରସାଦ ଦାଶ ନୃତାଙ୍ଗ ଜଳସେଚନ ଉପଖଣ୍ଡ, ହିମାଂଶୁ କୁମାର ଜେନା ବଳଙ୍ଗା ଜଳସେଚନ ଉପଖଣ୍ଡ, ଏନ ଏସ କେ ଚୌଧୁରୀ ରାଜୁଆ ଜଳସେଚନ ଉପଖଣ୍ଡ ଏବଂ ତନୁଜ କିଶୋର ରାଉତ ସାକ୍ଷୀଗୋପାଳ ଜଳସେଚନ ଉପଖଣ୍ଡ ଅଂଚଳ ଉପରେ ସତର୍କ ଦୃଷ୍ଟି ରଖିବେ।



