www.samajalive.in
Saturday, December 6, 2025
26.1 C
Bhubaneswar

ଆଦିବାସୀ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କଲ୍ୟାଣସିଂହପୁର ଗସ୍ତ; ଦେବଗିରି ଉନ୍ନତି ନେଇ ଆଲୋଚନା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ପ୍ରସିଦ୍ଧ ଐତିହାସିକ ପଞ୍ଚମୁଖେଶ୍ୱର ଦେବଗିରି ପାହାଡ଼ର ଉନ୍ନତି ନେଇ ମଙ୍ଗଳବାର ଆଦିବାସୀ ଉନ୍ନୟନ ଯନ୍ତ୍ରୀ ଅଶୋକ ସେଠୀ କଲ୍ୟାଣସିଂହପୁର ଗସ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ୫-ଟି ସଚିବଙ୍କ ଦ୍ଵାରା ଅନୁମୋଦିତ ହୋଇ ଆସିଥିବା ୧୨ଲକ୍ଷ ଟଙ୍କାରେ ଦେବଗିରିର ଉନ୍ନତି ପାଇଁ ନୂତନ ବୋରୱେଲ, ପାହାଚ ଉପରେ ବିଶ୍ରାମ ପାଇଁ ଚ୍ୟାର ବ୍ୟବସ୍ଥା, ବିଦ୍ୟୁତର ଉନ୍ନତିକରଣ, ରୋଷେଇ ଘରର ମରାମତି ଓ ପାହାଡ଼ ଉପରେ ଥିବା ବିଶ୍ରାମ କୋଠରୀ ମରାମତି କରିବା ପାଇଁ ଦେବଗିରି ପରିଚାଳନା କମିଟି ପକ୍ଷରୁ ଲିଖିତ ଭାବେ ଦିଆଯାଇଛି। ଏହି ପରିଦର୍ଶନ ସମୟରେ ଦେବଗିରି ପରିଚାଳନା କମିଟିର ସଭାପତି ବି ୱାରା ପ୍ରସାଦ ରାଓ, ଉପସଭାପତି ସୁନ୍ଦର ରାଓ ବାଗ, ସନ୍ତୋଷ ପଟ୍ଟନାୟକ, କିଶୋର ଚନ୍ଦ୍ର ପାଢ଼ୀ, ଦେବଗିରି କ୍ରାନ୍ତିକାରୀ ଆଶ୍ରମର ବାବା, ଭି ରୁଦ୍ରା ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଜଗନ୍ନାଥ ମନ୍ଦିର ପାଇଁ ୧୫ଲକ୍ଷ ଟଙ୍କା, ଶିବ ମନ୍ଦିରକୁ ୫ଲକ୍ଷ ଟଙ୍କା, ସିକରପାଇରେ ଥିବା ମାଲିକେଶ୍ୱର ମନ୍ଦିର ଉନ୍ନତି ପାଇଁ ଆସିଥିବା ଅର୍ଥରେ ଭକ୍ତଙ୍କ ନିମନ୍ତେ ଖୋଲା ପ୍ରସାଦ ସେବନ ମଣ୍ଡପ ଟାଇଲ ପକାଇ ନିର୍ମାଣ କରିବା ପାଇଁ ଲିଖିତ ଭାବେ ଦିଆଯାଇଛି। ଯେଉଁ ମନ୍ଦିର ପାଇଁ ଅର୍ଥ ଆସିଛି, ତାହାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ଅଶୋକ ସେଠୀ କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories