କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅଲଣ୍ଡା ଗ୍ରାମରେ ଅଧ ରାତ୍ରରେ ଘରେ ନିଆଁ ଲାଗି ଯାଇଥିଲା। ଘରେ ନିଆଁ ଲାଗିଥିବା ଜାଣିବା ପରେ ତୁରନ୍ତ ଘରୁ ବାପା ସହ ପାଞ୍ଚ ଜଣ କୁନି ଛୁଆ ବାହାରି ଆସିଥିଲେ। ଫଳରେ ବାପା ସହ ପାଞ୍ଚ ଜଣ କୁନି ଛୁଆଙ୍କ ଜୀବନ ଅଳ୍ପକେ ବର୍ତ୍ତିଲେ । ନିଜ ଘରେ ଲାଚନା କାଡ୍ରାକାଙ୍କ ଚାରି ପୁଅ ଓ ଗୋଟେ ଝିଅଙ୍କ ସହିତ ଶୋଇଥିବା ଥିଲେ। ରାତି ପ୍ରାୟ ୨.୩୦ ସମୟରେ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।
ଗ୍ରାମ କିଛି ଲୋକ ବାହାରକୁ ଆସିବା ବେଳେ ପୋଡା ବାସନା ହେଉଥିବା ଜାଣି ଦେଖିବା ବେଳକୁ ଲାଚନା କାଡ୍ରାକାଙ୍କ ଘରୁ ଧୂଆଁ ବାହାରିବା ଦେଖି ଆଖ ପାଖଲୋକଙ୍କୁ ଓ ଲାଚନାର ଭାଇକୁ ଡାକି ନେଇ ଲାଚନା ଘରକୁ ଯାଇ ପାଞ୍ଚ ଜଣ କୁନି ଛୁଆ ସହ ଲାଚନାକୁ ଉଦ୍ଧାର କରି ଥିଲେ । ପରେ ଗାଁ ଲୋକଙ୍କ ସାହାଯ୍ୟରେ ନିଆଁ କୁ ଆୟତ୍ତ କରାଯାଇଥିଲା କିନ୍ତୁ ଘରେ ଥିବା ଅନେକ ଯଥା ଚାଉଳ, ମାଣ୍ଡିଆ,ଖଦି ପଟା ଓ କିଛି ଟଙ୍କା ବିଭିନ୍ନ ଜରୁରୀ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି ।
ପ୍ରାୟ ଦୁଇ ମାସ ହେବ ଲାଚନା କାଡ୍ରାକାଙ୍କ ସ୍ତ୍ରୀଙ୍କର ସ୍ବର୍ଗବାସ ହୋଇଯାଇଛି । ଯାହାଫଳରେ ଛୋଟ ଛୋଟ ପାଞ୍ଚଟି ଛୁଆଁଙ୍କ ସହିତ ବହୁତ ଦୁଃଖ କଷ୍ଟରେ ଦିନ କଟୁଥିବା ବେଳେ ଏବେ ଘର ପୋଡି ଯିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ସେ ବର୍ତ୍ତମାନ ଭାଇ ଦାନୁ କାଡ୍ରାକା ଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏହି ପରିବାର କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।ଉକ୍ତ ଖବର ପାଇ ବୁଡ଼ାଗୁଡା ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ପଣ୍ଡା ପହଞ୍ଚି ଉକ୍ତ ପରିବାରକୁ ପଲିଥିନ ଯୋଗାଇଦେବା ସହ ତାଙ୍କର ନଷ୍ଟ ହୋଇଥିବା ଜିନିଷ ଆକଳନ କରି ତଦନ୍ତ ଚଳାଇଛନ୍ତି ।
Comments are closed.