କାଳବୈଶାଖୀ ତାଣ୍ଡବ:  ୫ଟି ଘରର ଉଡିଲା ଟିଣ, ଭାଙ୍ଗିଲା ଗଛ

୫ ଗାଈମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ କାଳବୈଶାଖୀ ତାଣ୍ଡବରେ ଘରର ଟିଣ ଓଡାଇ ନେଇଥିବା ବେଳେ ଗଛ ଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଆଜି କାଳବୈଶାଖୀର ତାଣ୍ଡବରେ ଜୋରରେ ପବନ ବହିବା ସହ ବିଜୁଳି ମାରିବାରୁ ପାଲମା ପଞ୍ଚାୟତର କୁସୁବେଟି ଛକ ଠାରୁ ସୁନାଖଣ୍ଡି ପଞ୍ଚାୟତର  ଜଗନ୍ନାଥପୁର ପର୍ଯ୍ୟନ୍ତ  ରାସ୍ତା ପାର୍ଶ୍ୱରେ ଥିବା ଗଛ ଗୁଡିକ ଭାଙ୍ଗି ରାସ୍ତା ଅବରୋଧ କରିଥିଲା।
ସୁନାଖଣ୍ଡି ପଞ୍ଚାୟତର ପଲ୍ଲିଗାଁରେ  ରାଜ୍ୟ ସରକାରଙ୍କ ସହାୟତାରେ ବ୍ରୟଲର କୁକୁଡ଼ା ପାଳନ ପାଇଁ ଯୋଗାଇ ଦେଇଥିବା ଅର୍ଥ ରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା କୁକୁଡ଼ା ଘରର ସମ୍ପୂର୍ଣ୍ଣ ଟିଣ ଉଡାଇଦେବା ସହ କାନ୍ଥ ପଡିଯାଇଛି। ଏହା ୧୫ଦିନ ହେବ ନିର୍ମାଣ କରାଯାଇଛି। ସେହିପରି ସିକରପାଇ ପଞ୍ଚାୟତ ସଦର ଦେବେନ୍ଦ୍ର  ଲଵାଳୁ,  ଦେଶାଲାମା ମନ୍ଦିର ମଧ୍ୟ ଟିଣକୁ ଉଡ଼େଇ ଦେଇଛି ।
prayash
ସୁନାଖଣ୍ଡି ପଞ୍ଚାୟତର ଆଲଜିନିଗୁଡା ଗ୍ରାମର କାମେଶ ବାଗଙ୍କ ୨୦ହଜାର ଟଙ୍କାର ଜର୍ସି ଗାଈ ଓ କନ୍ଧକାତିପାଡୁ ପଞ୍ଚାୟତର  ଅଡୁଗୁଡା ଗାଁର ଗୋପା ହିମିରିକାଙ୍କ  ୨ଗାଈ, ଶିତିଆ ହିମିରିକା, ରାମସିଙ୍ଗ ହିମିରିକା ଓ ବୁଡୁ ଉର୍ଲ୍ଲାକାଙ୍କ ଗୋଟିଏ ଲେଖାଏଁ ଗାଈର ମୃତ୍ୟୁ ହୋଇଛି। ଉକ୍ତ ପାଞ୍ଚଟି ଗାଈର ମୂଲ୍ୟ ପ୍ରାୟ ୧ ଲକ୍ଷ ରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି ।
 ଖବର ପାଇ ପୂଜାରିଗୁଡା ପଞ୍ଚାୟତର ରାଜସ୍ୱ ନିରୀକ୍ଷକ  ରାମଚନ୍ଦ୍ର ଆଚାର୍ଯ୍ୟ, ମାଝୀଗୁଡାର ରାଜସ୍ୱ ନିରିକ୍ଷକ ନମିତା ରାଣୀ ଗମାଙ୍ଗ ଓ ଶିକରପାଇର ରାଜସ୍ବ ନିରୀକ୍ଷକ  ବିଶ୍ୱନାଥ ଶବର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଟିଣ ଉଡିଥିବା ପରିବାରକୁ ପଲିଥିନ ଯୋଗାଇଦେଇଥିବା ସୂଚନା ମିଳିଛି ।

Comments are closed.