କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁରରେ ରାତ୍ରୀ ଅଧିଆ ମାଂସ ଦୋକାନ ପୋଡି ଘଟଣାକୁ ନେଇ ଥାନାରେ ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି । ଗତ ରାତ୍ରୀ ଦୁର୍ବୁତ୍ତ ମାନେ ମାଂସ ଦୋକାନ ପୋଡି ଦେଇ ଅନ୍ୟ ସାମଗ୍ରୀ ଗୁଡିକ ନେଇଯାଇଥିବା ଅଭିଯୋଗ ନେଇ ରାଜେନ୍ଦ୍ର କୌଶଲ୍ୟା ଥାନାକୁ ଯାଇଥିଲେ ।
ଥାନା ପରିସରରେ ତାଙ୍କର ମାଂସ କାଟିବାରେ ବ୍ୟବହାର ସାମଗ୍ରୀ ଦେଖିଥିଲେ । ଉକ୍ତ ବିଷୟ ନେଇ ଥାନା ଅଧିକାରୀ ସୁମନ୍ତି ମହାନ୍ତିଙ୍କୁ ପଚାରିବାରୁ ଜାତିଆଣକୁ ଆକ୍ଷେପ କରି ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଥାନାରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଏସଡିପିଓ ରଶ୍ମିରଞ୍ଜନ ସେନାପତି ଥାନାକୁ ଆସିଥିଲେ ଏବଂ ସମସ୍ୟାର ସମାଧାନ କରାଯାଇଥିବା ସୂଚନା ଦେଇଥିଲେ।
Comments are closed.