www.samajalive.in
Wednesday, November 19, 2025
26.1 C
Bhubaneswar

ହାତୀ ପଲ ଭାଙ୍ଗିଥିବା ସୋଲାର ବୋର ମରାମତି କଲେ ସରପଞ୍ଚ

କଲ୍ୟାଣସିଂହପୁର: ରାୟଗଡାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତ ପାର୍ତ୍ତିବେଡ଼ା ଗ୍ରାମରେ କିଛିଦିନ ତଳେ ହାତୀ ପଲ ସେଠାରେ କଦଳୀ ପଣସ, ଆମ୍ବ ଖାଇବା ପରେ ଶୋଷ ହେବାରୁ ପାଣି ପିଇବା ପାଇଁ ପାଇପକୁ ଉପାଡ଼ି  ପିଙ୍ଗି ଦେଇ ଥିଲେ। ପାଣି ନ ବହାରିବାରୁ ରାଗି ଯାଇ ସୋଲାର ପ୍ଲେଟ ଗୁଡ଼ାକ ମଧ୍ୟ ଭାଙ୍ଗି ଚୁର୍ ମାର କରିଦେଇଥିଲେ। ଯାହା ଫଳରେ ଉକ୍ତ ଗ୍ରାମରେ ଲୋକେ ପିଇବା ପାଣି ପାଇଁ ଡହଳ ବିଳକ ହୋଇ ପଡ଼ିଥିଲେ।
ଏହି ସୋଲାର ବୋରଟି ହର୍ଷା  ତରଫରୁ ତିଆରି କରାଯାଇଥିବାବେଳେ ଏହି ଖବରଟି ସ୍ଥାନୀୟ ସରପଞ୍ଚ ସଞ୍ଜୟ ନିସିକା ଙ୍କ ନଜରକୁ ଆସିଥିଲା। ସେ ଉକ୍ତ ଗ୍ରାମରେଥିଲେ। ଏହାସହ ସୋଲାର ବୋର ମରାମତି କାର୍ଯ୍ୟ କରିଥିଲେ। ଯାହାକି ବର୍ତ୍ତମାନ ପାର୍ତ୍ତିବେଡ଼ା ଗ୍ରାମବାସୀମାନେ ପାଣି ପାଇ ବେଶ ଖୁସି ହେବା ସହ ସରପଞ୍ଚ ଙ୍କୁ ଧନ୍ୟବାଦ ଦେଇଥିବା ଜଣା ପଡ଼ିଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories