କଳାପଥର (ବାଙ୍କୀ):କଳାପଥର ଠାରେ ଡ୍ରାଇଭର ମହାସଂଘ ସହ ମହିଳା ଓ ଯୁବକ ମାନଙ୍କ ତରଫରୁ ବୌଦ୍ଧ, କଣ୍ଟାବାଞ୍ଜି, ରେଢ଼ାଖୋଲ ଅଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀକୁ ନିର୍ମାଣ ନିମନ୍ତେ କାଠ ବୋଝେଇ ଟ୍ରକକୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି।
କଳାପଥର ପଞ୍ଚାୟତର ପ୍ରବେଶ ଦ୍ଵାର ଅଙ୍କୁର ଗାଡ଼ିଆ ନିକଟ ବାଘମାରୀ-କଣ୍ଟିଲୋ ରାଜ୍ୟ ରାଜପଥ ଠାରେ ଡ୍ରାଇଭର ସଙ୍ଘର ସଭାପତି ମନୋଜ କୁମାର ରାମଙ୍କ ନେତୃତ୍ବରେ ଶତାଧିକ ମହିଳା ସମେତ ବ୍ୟକ୍ତି ପୁଷ୍ପମାଲ୍ୟ, ନୈବେଦ୍ୟ, ଶାଢ଼ୀ, ଛିଟ, ଦୁବ ବରକୋଳି ପତ୍ର ଦେଇ ନମସଂକୃତନ କରି ବଜାର ପରୀକର୍ମା କରି ସ୍ଵାଗତ କରିଥିଲେ. ଡ୍ରାଇଭର କର୍ମ କର୍ତ୍ତା ମାନେ ବିଶାଳ ରଥ ଗାଡିକୁ ପାଛୋଟି ଆଣିବା ସହ ଟ୍ରାଫିକ ନିୟନ୍ତ୍ରଣ କରି ବିଦାୟ ଦେଇଥିଲେ।
ସଙ୍ଘର ଉପ ସଭାପତି ପ୍ରକାଶ ଚନ୍ଦ୍ର ବାରିକ, ସଦସ୍ୟ ଅଶୋକ ବରାଡ଼, ସୂର୍ଯ୍ୟ କାନ୍ତ ବରାଡ଼, ନରେନ୍ଦ୍ର କୁମାର ବେହେରା ପରିଚାଳନା ରେ ସହଯୋଗ କରିଥିବା ବେଳେ ମହିଳା ଗୋଷ୍ଠୀ ବିଦ୍ୟୁ ଲତା ଦେଇ, ଅହଲ୍ୟା ଦେଇ, ବାଉରୀ ଦେଇ, ପ୍ରତିମା ଦେଇ, କାଲିକା ଦେଇ, ଉର୍ମିଳା ସାହୁ, ଶାନ୍ତି ଦେଇ, ସେବତୀ ସାହୁ, ରିସିକା ସାହୁ, ରିତାଞ୍ଜଳୀ ସାହୁ, ମମତା ସାହୁ ପ୍ରମୁଖ ବନ୍ଦାପନା କରି ସ୍ଵାଗତ କରିଥିଲେ।



