www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଚାୟତ କାର୍ଯ୍ୟାଳୟରେ ପି.ଇ.ଓଙ୍କୁ ତାଲା ପକାଇଲେ ହିତାଧିକାରୀ

କଲମପୁର : କଳାହାଣ୍ଡି ଜିଲା କଲମପୁର ବ୍ଲକ ଦେପୁର ପଞ୍ଚାୟତର ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପି.ଇ.ଓଙ୍କୁ ତାଲା ପକାଇଥିବା ଜଣାପଡିଛି। ନିମ୍ନ ମାନର ଚାଉଳ ଯୋଗାଣ, ପାଣି ମିଶ୍ରିତ କିରୋସିନି ଯୋଗାଣକୁ ନେଇ ହିତାଧିକାରୀଙ୍କ କ୍ରୋଧର ଶିକାର ହୋଇ ପି.ଇ.ଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତ କିଛି ମାସ ହେଲା କଲମପୁର ବ୍ଲକ ଦେପୁର ପଞ୍ଚାୟତ ମାଧ୍ୟମରେ ସାମାଜିକ ନିରାପତା ଯୋଜନାରେ ଯୋଗାଇ ଦିଆଯାଉଥିବା ବାର୍ଦ୍ଧକ୍ୟ ଭତା, ବିଧବା ଓ ଭିନ୍ନକ୍ଷମ ଭତା ଯୋଗାଣରେ ଦାଇତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ନାଏକ ଅବହେଳା କରୁଥିବା କାରଣରୁ ସଠିକ ସମୟରେ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇ ପାରୁନାହାଁନ୍ତି। ସରକାର ପ୍ରତ୍ୟେକ ମାସର ୧୫ ତାରିଖ ଦିନକୁ ଜନ ସେବା ଦିବସ ଭାବେ ପାଳନ କରିବା ସହ ଏହି ଦିନ ସାମାଜିକ ନିରାପତା ଯୋଜନାରେ ଯୋଗାଇ ଦିଆଯାଉଥିବା ଭତା ପ୍ରଦନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପରିତାପର ବିଷୟ ଗତ କିଛି ମାସ ଧରି ଏହି ପଞ୍ଚାୟତର ହିତାଧିକାରୀ ସଠିକ ସମୟରେ ସେମାନଙ୍କ ପ୍ରାପ୍ୟ ପାଇ ପାରୁନାହାଁନ୍ତି। ଅନେକ ଅସହାୟ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନେ ଭତା ପାଇଁ ଆସୁଥିଲେ ମଧ୍ୟ କେତେବେଳେ ଟଙ୍କା ନଥିବା ତ କେତେବେଳେ ସରପଞ୍ଚଙ୍କ ଦସ୍ତଖତ ଅଭାବରୁ ଟଙ୍କା ଉଠାଣ ହେଇନଥିବା ଦର୍ଶାଇଥାନ୍ତି। ଯେଉଁଥି ପାଇଁ ହିତାଧିକାରୀଙ୍କୁ ୫କି.ମି ପୁଣି ନିରାଶ ହୋଇ ଫେରିବାକୁ ପଡିଥାଏ।
ଗତ ୧୫ ଜାନୁଆରୀ ମଙ୍ଗଳବାର ଦିନ ସରକାରଙ୍କ ‘ପୀଠା’ କାର୍ଯ୍ୟକ୍ରମ ଥିବା କାରଣରୁ ପି.ଇ.ଓ ଶ୍ରୀ ନାଏକଙ୍କ ସମେତ ସରପଞ୍ଚ ଜଗବନ୍ଧୁ ଦୁର୍ଗା ବ୍ୟସ୍ତ ରହିଥିଲେ। ତେଣୁ ବ୍ୟାଙ୍କରୁ ଭତା ବାବଦକୁ ଥିବା ଅର୍ଥ ଉଠାଣ କରାଯାଇନଥିଲା। କିନ୍ତୁ ‘ପୀଠା’ କାର୍ଯ୍ୟକ୍ରମ ଅବସରରେ ସମସ୍ତ ହିତାଧିକାରୀଙ୍କୁ ବୁଧବାର ଦିନ ଭତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ଏହି ଘୋଷଣା ମୁତାବକ ପ୍ରାୟ ୯ଶହ ହିତାଧିକାରୀ ସେମାନଙ୍କ ଭତା ନେବା ପାଇଁ ପଂଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଭତା ପାଇ ଥିବା ଜମା ଖାତାରେ ଉଭୟ ସରପଞ୍ଚ ଓ ପି.ଇ.ଓଙ୍କ ଯୁଗ୍ମ ଆକାଉଣ୍ଟ ହୋଇଥିବାରୁ ଚେକରେ ଉଭୟଙ୍କ ଦସ୍ତଖତର ଆବଶ୍ୟକତା ଥାଏ କିନ୍ତୁ ସରପଞ୍ଚ ଦସ୍ତଖତ କରିନଥିବାରୁ ଟଙ୍କା ଉଠାଣ ହୋଇନଥିବା ପି.ଇ.ଓ ରାମ ଚନ୍ଦ୍ର ନାଏକ ସୂଚନା ଦେବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ଅସନ୍ତୁଷ୍ଟ ହିତାଧିକାରୀ ପି.ଇ.ଓ ଶ୍ରୀ ନାଏକଙ୍କୁ କାର୍ଯ୍ୟାଳୟ କୋଠାରେ ପୁରାଇ ବାହାର ପଟରୁ ତାଲା ଦେଇଥିଲେ ଓ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ। ଏହାସହ ଭତା ନଦେବା ପର୍ଯ୍ୟନ୍ତ ଏଠାରେ ବସି ରହିବା ପାଇଁ ଅଡି ବସିଥିଲେ। ଏ ସମ୍ବନ୍ଧରେ ସରପଞ୍ଚ ଶ୍ରୀ ଦୁର୍ଗା ଜାଣିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ କତୃପକ୍ଷ ଦେପୁର ପଞ୍ଚାୟତ ପାଇଁ ଥିବା ଅର୍ଥ ତୁରନ୍ତ ଜନୈକ ବ୍ୟାଙ୍କ କର୍ମଚାରୀଙ୍କ ମାଧ୍ୟମରେ ସୁରକ୍ଷା ବଳୟ ମଧ୍ୟରେ ପଠାଇ ପି.ଇ.ଓ ଶ୍ରୀ ନାଏକଙ୍କ ଜିମା ଦେଇଥିଲେ। ଏହାପରେ ହିତାଧିକାରୀ ତାଲା ଖୋଲିଥିଲେ ଓ ସେମାନଙ୍କ ପ୍ରାପ୍ୟ ନେଇଥିଲେ।
ସୂଚନାଯୋଗ୍ୟ ଯେ, ଉଭୟ ସରପଞ୍ଚ ଓ ପି.ଇ.ଓ ଙ୍କ ମଧ୍ୟରେ କିଛି ଘଟଣାକୁ ନେଇ ବିବାଦ ରହିଛି। ତେଣୁ ଉଭୟେ ଉଭୟଙ୍କୁ ବିଶ୍ୱାସକୁ ନେଉନଥିବାରୁ ଏଭଳି ଅନିୟମିତତା ହେଉଛି। ଯାହା ଦ୍ୱାରା ହିତାଧିକାରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବ୍ଲକ ପ୍ରଶାସନ ଏ ସମ୍ବନ୍ଧରେ ହୃଦବୋଦ୍ଧ ହେବା ପରେ ପଞ୍ଚାୟତର ପି.ଇ.ଓ ଶ୍ରୀ ନାଏକଙ୍କୁ ଦାଇତ୍ୱରୁ ଅପସାରଣକରି ତାଙ୍କ ବଦଳରେ ଅନ୍ୟ ଜଣେ ପି.ଇ.ଓଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ନୁତନ ପି.ଇ.ଓଙ୍କୁ ଦାଇତ୍ୱ ହସ୍ତାନ୍ତରିତ କରାଯାଇ ନାହିଁ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories