୧୪ରେ ଜେରୁଜେଲମ୍‌କୁ ଆସିବ ଆମେରିକୀୟ ଦୂତାବାସ

0

ଜେରୁଜେଲମ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ରାଜଧାନୀ ଭାବେ ଜେରୁଜେଲମ୍‌କୁ ସ୍ୱୀକୃତି ଦେବା ପରେ ଚଳିତ ମାସ ୧୪ରେ ଏଠାରେ ଆମେରିକୀୟ ଦୂତାବାସ ଖୋଲିବାକୁ ଯାଉଛି। ତେଲ୍‌ ଆବିଭ୍‌ରୁ ଦୂତାବାସ କାର୍ଯ୍ୟାଳୟ ଏଠାକୁ ସ୍ଥାନାନ୍ତର ହେବ। ଏହି ପରିପ୍ରେକ୍ଷୀରେ ଦୂତାବାସକୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ସହ ଆମେରିକା, ଇସ୍ରାଏଲ ଓ ଜେରୁଜେଲମ୍‌ର ପତାକା ଲଗାଯାଇଛି। ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ବିବାଦ ଦୃଷ୍ଟିରୁ ଆମେରିକା ପ୍ରଶାସନ ଜେରୁଜେଲମ୍‌କୁ ଇସ୍ରାଏଲର ରାଜଧାନୀ ମାନ୍ୟତା ପ୍ରଦାନ କରିଛନ୍ତି। ଏଠାରେ ଥିବା ବାଣିଜ୍ୟିକ କାର୍ଯ୍ୟାଳୟକୁ ଦୂତାବାସ ଭାବେ ପରିବର୍ଦ୍ଧିତ କରାଯାଇଛି। ଜେରୁଜେଲମ୍‌ବାସୀ ଏଥିନେଇ ଆନନ୍ଦ ପ୍ରକାଶ କରିଛନ୍ତି। ୧୯୬୭ ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଜୋର୍ଡାନ୍‌ କବଳରୁ ପୂର୍ବ ଜେରୁଜେଲମ୍‌କୁ ଇସ୍ରାଏଲ ନିଜ ଦଖଲକୁ ଆଣିଥିଲା; କିନ୍ତୁ ଏହାକୁ ଆନ୍ତର୍ଜାତିକ ସ୍ୱୀକୃତି ଦେଉ ନଥିଲା। ୨୦୧୪ରେ ପାଲେଷ୍ଟାଇନ୍‌ ରାଜ୍ୟ ଗଠନ ପାଇଁ ଚାଲିଥିବା ପ୍ରକ୍ରିୟା ବିଫଳ ହୋଇଥିଲା। ଏବେ ସୁଦ୍ଧା ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଜେରୁଜେଲମ୍‌ର ସୀମାକୁ ନେଇ ବିବାଦ ତୁଟି ନାହିଁ। ବର୍ତ୍ତମାନ ଆମେରିକାର ନିଷ୍ପତ୍ତିକୁ ପାଲେଷ୍ଟାଇନବାସୀ ଅନୈତିକ ବୋଲି ଦର୍ଶାଇଛନ୍ତି। ଦୁଇ ପଡ଼ୋଶୀ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ସାର୍ବଭୌମତ୍ୱକୁ ଏହା କ୍ଷୁଣ୍ଣ କରୁଛି ବୋଲି ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାରେ ପାଲେଷ୍ଟାଇନ୍‌ର ପ୍ରତିନିଧି ସାଏବ ଏରେକାତ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Leave A Reply