www.samajalive.in
Sunday, December 7, 2025
23.1 C
Bhubaneswar

ବିରଜା କ୍ଷେତ୍ରରେ ନିର୍ମାଣ ହେଉଛି ବିଶ୍ୱର ବୃହତ୍ତମ ଶିବମୂର୍ତ୍ତି, ମହାଶିବରାତ୍ରିରେ ହେବ ଲୋକାର୍ପିତ 

ଯାଜପୁର :ଯାଜପୁର ଦେଶର ଅନ୍ୟତମ ପୁରାତନ, ଐତିହାସିକ, ସାଂସ୍କୃତିକ ସହର। ଦେଶର ବିଭିନ୍ନ ଶକ୍ତି କ୍ଷେତ୍ର ମଧ୍ୟରୁ ଅନ୍ୟତମ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା। ଗଙ୍ଗାଠାରୁ ବି ପବିତ୍ର ବୈତରଣୀ ନଦୀ ଏହି ସହର ଦେଇ ପ୍ରବାହିତ। ଏ ମାଟିର ମହକ ଭିନ୍ନ, ଏ ମାଟିର ପବିତ୍ରତା ଭିନ୍ନ, ଏ ମାଟିର ଗରିମା ବି ଭିନ୍ନ। ଏ ମାଟିରେ ଭରି ରହିଛି ପବିତ୍ରତା । ମା’ଙ୍କ ନାମରେ ସବୁ କାର୍ଯ୍ୟ ଆରମ୍ଭ ହୁଏ ।
ଏହି ମାଟିର ପୌରାଣିକ ଗାଥା ବେଶ ପ୍ରାଚୀନ ଓ ନିଆରା।  ନିକଟ ଅତୀତରେ ଏହି ସହର ନୂଆ ବିକାଶରେ ପାଦ ଥାପିଛି। ପୁରୁଣା ସହରର ନବ କଳେବର ହେଉଛି।  ବିଭିନ୍ନ ପ୍ରକଳ୍ପ ମଧ୍ୟରେ ନିର୍ମାଣ ହେଉଛି ଧ୍ୟାନମଗ୍ନ ଶିବଙ୍କ ବିଶାଳ ମୂର୍ତ୍ତି। ଯାହା ହେବାକୁ ଯାଉଛି ବିଶ୍ୱର ସର୍ବ ବୃହତ ଧ୍ୟାନମଗ୍ନ ଶିବ ମୂର୍ତ୍ତି।  ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ବରାହ ପୀଠ ନିକଟରେ ନିର୍ମାଣ ହେଉଛି ଏହି ବିଶାଳ ମୂର୍ତ୍ତି।  ଯାହାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୂର୍ତ୍ତି ର ଉଚ୍ଚତା ରହିଛି ୧୮୩ ଫୁଟ। ଭୂମିକୁ ଛାଡି ୩୦ ଫୁଟ ଉଚ୍ଚରୁ ନିର୍ମାଣ ହେଉଛି ଏହି ମୂର୍ତ୍ତି। ଦିଲ୍ଲୀର ମାତୁରାମ ଆର୍ଟ ସଂସ୍ଥା ଏହି ମୂର୍ତ୍ତି ନିର୍ମାଣ ଦାୟିତ୍ୱ ନେଇଛି। ଲୁହା ଓ ଫାଇଭରରେ ଏହି ମୂର୍ତ୍ତି ନିର୍ମାଣ ହେଉଥିଲା ବେଳେ ଏହାକୁ ଖରା ବର୍ଷାରୁ ସୁରକ୍ଷିତ ରଖିବାକୁ ତମ୍ବାରେ ଆଚ୍ଛାଦିତ କରାଯିବ।
ଏହି ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୧୬ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଜଣାଯାଇଛି। ମୂର୍ତ୍ତି ନିର୍ମାଣ ପରେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାକୁ ଯାଉଥିଲା ବେଳେ ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ମୂର୍ତ୍ତି ଚତୁରପାର୍ଶ୍ଵରେ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ନିର୍ମାଣ ହେଉଛି। ଆଗାମୀ ମହାଶିବରାତ୍ରିରେ ଏହା ଲୋକାର୍ପିତ ହେବ ବୋଲି ଜଣାଯାଇଛି । କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲାବେଳେ ସମସ୍ତଙ୍କ ନଜର ଧ୍ୟାନମଗ୍ନ ଶିବଙ୍କ ମୂର୍ତ୍ତି ଉପରେ କେନ୍ଦ୍ରୀଭୂତ ହୋଇଛି । ଏହିମୂର୍ତ୍ତି ନିର୍ମାଣ ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍ୟମ ଓ ଇଂ ତାରାପ୍ରସାଦ ମିଶ୍ର ଙ୍କ ପ୍ରଚେଷ୍ଟା ସାଧାରଣରେ ବେଶ ପ୍ରଶଂସନୀୟ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories