ବ୍ୟାଙ୍କିଂ କ୍ଷେତ୍ରରେ ସାଇବର ଅପରାଧ ରୋକିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ଅନ୍ତର୍ଜାତୀୟ ସମବାୟ ବ୍ୟାଙ୍କିଙ୍ଗ୍ ଆସୋସିଏସନ୍ (ଆଇସିବିଏ) ସମ୍ମିଳନୀ

ଭୁବନେଶ୍ବର : ଅନ୍ତର୍ଜାତୀୟ ସମବାୟ ବ୍ୟାଙ୍କିଙ୍ଗ୍ ଆସୋସିଏସନ୍ (ଆଇସିବିଏ) ସମ୍ମିଳନୀରେ ବିଶିଷ୍ଟ ସମବାୟବିତ୍‍ ଅମ୍ବିକା ପ୍ରସାଦ ଦାସ ଯୋଗ ଦେଇଛନ୍ତି। ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦେଶକ ଶ୍ରୀ ଦାସ ଗତ ୨୧ ତାରିଖରେ ଆନ୍ତର୍ଜାତିକ ମଞ୍ଚରେ ନିଜର ଉପସ୍ଥିତି ଜାହିର କରିଥିଲେ।

ଆମେରିକା, ବ୍ରିଟେନ, ପୋଲାଣ୍ଡ, ନେଦରଲାଣ୍ଡ, ବ୍ରାଜିଲର ବୋର୍ଡ ସଦସ୍ୟମାନେ ବୋର୍ଡ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ବ୍ୟାଙ୍କିଂ କ୍ଷେତ୍ରରେ ସାଇବର ଅପରାଧ ରୋକିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ସମବାୟ ବ୍ୟାଙ୍କିଙ୍ଗକୁ ବ୍ୟାପକ ଭାବେ ସମ୍ପ୍ରସାରଣ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ବୋଲି ଶ୍ରୀ ଦାସ କହିଛନ୍ତି, ଉଭୟ ଓଡ଼ିଶା ରାଜ୍ୟ ଓ ଭାରତରେ ସମବାୟ ମିଶନକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପ୍ରୟାସକୁ ପ୍ରଶଂସା କରାଯାଇଛି।

ନେଦରଲାଣ୍ଡର ରାବୋ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ଆଇସିବିଏ ମିଟରେ କର୍ଣ୍ଣାଟକର ସମବାୟ ମନ୍ତ୍ରୀ କେ ଏନ୍ ରଞ୍ଜନାଙ୍କ ସହ ଶ୍ରୀ ଦାସ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଶ୍ରୀ ଦାସ ଜଣେ ବିଶିଷ୍ଟ ସମବାୟବିତ୍‍ ଏବଂ ତାଙ୍କ ମନରେ ସର୍ବଦା ଉଦ୍ଭାବନ, ଅଭିବୃଦ୍ଧି ଏବଂ ସ୍ଥାୟୀତା ପାଇଁ ମିଶନ ରହିଛି ବୋଲି ଜଣେ ଅଭିଜ୍ଞ ସମବାୟବିତ୍‍ କହିଛନ୍ତି। ଏହି ବୈଠକରେ ନାଫ୍ ଏସ୍ ସିଓବି ସଭାପତି ରବୀନ୍ଦ୍ର ରାଓ ମଧ୍ୟ ଯୋଗ ଦେଇଥିଲେ। ନଫସ୍କବ ସିଇଓ ତଥା ଆଇସିବିଏର ସଭାପତି ଭୀମ ସୁବ୍ରମଣ୍ୟମ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ।

 

Comments are closed.