ଭାରତର ସବୁଠୁ ଦାମୀ ଓକିଲ, ଜାଣନ୍ତୁ ଫିସ କେତେ?

ଡେସ୍କ: ଭାରତର ସବୁଠାରୁ ଦାମୀ ଓକିଲ ଥିଲେ ରାମ ଜେଠମାଲାନି। ଅପରାଧିକ ଏବଂ ସାମ୍ବିଧାନିକ ଆଇନ ବିଷୟରେ ଜାଣିଥିବା ଭାରତର ସବୁଠାରୁ ମହଙ୍ଗା ତଥା ପ୍ରସିଦ୍ଧ ଆଇନଜୀବୀ ଥିଲେ ଜେଠମାଲାନି। ସେ ୧୯୨୩ ମସିହା ସେପ୍ଟେମ୍ବର ୧୪ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ରାଜନେତା ଭାବରେ ଭାରତର ସବୁଠାରୁ ପ୍ରସିଦ୍ଧ ଓକିଲ ଥିଲେ। ତାଙ୍କୁ ସୁପ୍ରିମକୋର୍ଟର ସବୁଠାରୁ ମହଙ୍ଗା ଏବଂ ସର୍ବୋତ୍ତମ ଆଇନଜୀବୀ ଭାବରେ ବିବେଚନା କରାଯାଏ। ଥରେ କୋର୍ଟକୁ ଆସିବା ପାଇଁ ସେ ୨୦ରୁ ୨୫ ଲକ୍ଷ ଟଙ୍କା ଫିସ ନେଉଥିଲେ। କିନ୍ତୁ ସେ ଏପରି କିଛି ମାମଲା ଲଢ଼ିଥିଲେ ଯେଉଁଥିରେ ସେ କୌଣସି ଫିସ ନେଇନଥିଲେ। କିଛି ମାମଲା ସେ ସଂପୂର୍ଣ୍ଣ ମୁକ୍ତ ଭାବରେ ଲଢ଼ିଥିଲେ। ୨୦୧୬ରୁ ୨୦୧୯ ଯାଏଁ ରାଜ୍ୟସଭା ସଦସ୍ୟ ଥିବା ଆଇନଜୀବୀ ଜେଠମାଲାନିଙ୍କର ୨୦୧୯ ସେପ୍ଟେମ୍ବର ୮ରେ ପରଲୋକ ଘଟିଥିଲା।

ଶ୍ରୀଲଙ୍କାରେ ଖୋଲିବ ଆଇଆଇଟି ମାଡ୍ରାସର ନୂଆ କ୍ୟାମ୍ପସ

ହରିଶ ସାଲଭେଙ୍କ ନାମ ମଧ୍ୟ ଭାରତର ସବୁଠାରୁ ମହଙ୍ଗା ତଥା ପ୍ରସିଦ୍ଧ ଓକିଲମାନଙ୍କ ମଧ୍ୟରେ ରହିଛି। ସେ ଭାରତର ସର୍ବୋତ୍ତମ ଏବଂ ମହଙ୍ଗା ଆଇନଜୀବୀ ଭାବରେ ଜଣାଶୁଣା। ହରିଶ ସାଲଭେ କେନ୍ଦ୍ର ସରକାରରେ ସଲିସିଟର ଜେନେରାଲ ଭାବରେ କାର୍ଯ୍ୟ କରିଛନ୍ତି। ସୁପରଷ୍ଟାର ସଲମାନ ଖାନଙ୍କ ହିଟ୍ ଆଣ୍ଡ ରନ୍ ମାମଲାରେ ହରିଶ ସାଲଭେ ଲଢ଼ିଥିଲେ। ଟାଟା, ରିଲାଏନ୍ସ ସମେତ ଭାରତର ବଡ ବଡ କମ୍ପାନୀଗୁଡିକ ପାଇଁ ମଧ୍ୟ ସେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଲଢ଼ିଥାନ୍ତି। ଅଦାଲତରେ ଥରେ ଶୁଣାଣି ପାଇଁ ହରିଶ ସାଲଭେ ୨୦ରୁ ୩୦ ଲକ୍ଷ ଟଙ୍କା ଫିସ ନେଇଥାନ୍ତି।

ଚୋର ଧରିବ ଗୁଗଲ ମ୍ୟାପ୍

ଭାରତର ପ୍ରସିଦ୍ଧ ଆଇନଜୀବୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି କେ କେ ବେଣୁଗୋପାଲ। ୧୯୩୧ ସେପ୍ଟେମ୍ବର ୬ରେ ଜନ୍ମଗ୍ରହଣ କରିଥିବା କେ.କେ ବେଣୁଗୋପାଲ ଭାରତର ପଂଚଦଶ ଆଟର୍ଣ୍ଣି ଜେନେରାଲ ଥିଲେ। ତାଙ୍କୁ ଭାରତ ସରକାର ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ପ୍ରଦାନ କରିଛନ୍ତି। ଏତେ ବର୍ଷ ଧରି ଜଣେ ଭଲ ଓକିଲ ଭାବରେ କାର୍ଯ୍ୟ କରିବା ହେତୁ ସେ ଜଣେ ବରିଷ୍ଠ ତଥା ଅଭିଜ୍ଞ ଓକିଲ ଭାବରେ ମଧ୍ୟ ଜଣାଶୁଣା। ସେଥିପାଇଁ ତାଙ୍କୁ ଦେଶର ସର୍ବୋତ୍ତମ ଆଇନଜୀବୀ ଭାବରେ ବିବେଚନା କରାଯାଏ। ଗୋଟିଏ ଥର ଶୁଣାଣି ପାଇଁ ସେ ୮ରୁ ୧୦ ଲକ୍ଷ ଟଙ୍କା ଫିସ ନେଇଥାନ୍ତି।

ବିଜେଡିର ବହୁ ନେତା କଂଗ୍ରେସ ସମ୍ପର୍କରେ ଅଛନ୍ତି-ସୁର

ଭାରତର ଆଉ ଜଣେ ଅଭିଜ୍ଞ ଆଇନଜୀବୀ ହେଉଛନ୍ତି କେ ପରାଶରଣ। ୧୯୨୭ ଅକ୍ଟୋବର ୯ରେ ଜନ୍ମ ଗ୍ରହଣ କରିଥିବା ପରାଶରଣ ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ ମାମଲା ଲଢ଼ିଥିଲେ। କେ ପରାଶରଣ ଜଣେ ବରିଷ୍ଠ ଭାରତୀୟ ଓକିଲ ଏବଂ ସେ ଭାରତୀୟ ବାର୍ କାଉନସିଲର ଜନକ ଭାବରେ ମଧ୍ୟ ଜଣାଶୁଣା। ସେ ଦୁଇଥର ଭାରତର ଆଟର୍ଣ୍ଣି ଜେନେରାଲ ମଧ୍ୟ ହୋଇଛନ୍ତି। ତାଙ୍କୁ ଭାରତ ସରକାର ମଧ୍ୟ ବହୁବାର ସମ୍ମାନିତ କରିଛନ୍ତି। ତାଙ୍କୁ ୨୦୦୩ରେ ପଦ୍ମ ଭୂଷଣ ଏବଂ ୨୦୧୧ରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା। ସେ ଥରକେ ୧୦ରୁ ୧୨ ଲକ୍ଷ ଫିସ ନିଅନ୍ତି।

ଖାଇବା ବାହାନାରେ ପ୍ରେମିକାକୁ ଡାକି ଛୁରୀ ଭୁସିଲା ପ୍ରେମିକ: ଆହତ ପ୍ରେମିକା ମେଡିକାଲରେ ଭର୍ତ୍ତି

୧୯୪୫ ସେପ୍ଟେମ୍ବର ୧୬ରେ ଜନ୍ମଗ୍ରହଣ କରିଥିବା ପି ଚିଦାମ୍ବରମ୍ ମଧ୍ୟ ଭାରତର ଜଣେ ନାମିଦାମୀ ଓକିଲ ଭାବରେ ଜଣାଶୁଣା। ସେ ଚେନ୍ନାଇ ହାଇକୋର୍ଟରୁ ତାଙ୍କର ଓକିଲାତି ଆରମ୍ଭ କରିଥିଲେ, ପରେ ସେ ଅନେକ ରାଜ୍ୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଜଣେ ଉତ୍ତମ ଓକିଲ ଭାବରେ କାର୍ଯ୍ୟ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ଭାବରେ ଭାରତୀୟ ରାଜନୀତିରେ ତାଙ୍କର ଭୂମିକା ଗୁରୁତ୍ୱ ବହନ କରେ। ଗୋଟିଏ ଥର ଶୁଣାଣି ପାଇଁ ସେ ୧୦ ଲକ୍ଷ ଟଙ୍କା ଫିସ ନେଇଥାନ୍ତି।
(ସାମାଜିକ ଗଣମାଧ୍ୟମରୁ ସଂଗୃହିତ)

Comments are closed.