www.samajalive.in
Tuesday, December 9, 2025
15.1 C
Bhubaneswar

ଥାଇଲାଣ୍ଡ ଗୁଳିକାଣ୍ଡରେ ଜଣେ ଭାରତୀୟ ପର୍ଯ୍ୟଟକ ମୃତ, ଦୁଇ ଗୁରୁତର

ବ୍ୟାଙ୍କକ୍‍ : ଥାଇଲାଣ୍ଡରେ ରବିବାର ବିଳମ୍ବିତ ରାତିରେ ଦୁଇଟି ଅପରାଧୀ ଗୋଷ୍ଠୀ (ଗ୍ୟାଙ୍ଗ) ମଧ୍ୟରେ ଗୁଳି ବିନିମୟରେ ଜଣେ ୪୨ ବର୍ଷିୟ ଭାରତୀୟ ଏବଂ ଅନ୍ୟ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଛି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଥାଇଲାଣ୍ଡ ପୁଲିସ୍‍ ସୋମବାର ଏହି ସୂଚନା ପ୍ରଦାନ କରିଛି। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ସେଣ୍ଟେରା ରାଟଚାଟହେୱି ଜିଲା ୱାଟରଗେଟ ପାଭିଲିଅନ ହୋଟେଲ ପଛରେ ଥିବା ରାସ୍ତାରେ ରବିବାର ରାତିରେ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ସେହି ରାସ୍ତାରେ ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକ ପାର୍କ ହୋଇଥିଲା। ସେଠାରେ ଗାଡ଼ିକୁ ଅପେକ୍ଷା କରି ଠିଆ ହୋଇଥିବା ଭାରତୀୟ ପର୍ଯ୍ୟଟକ ଗାଖରେଜର ଧୀରଜ, ଲାଓ ପର୍ଯ୍ୟଟକ କେଓଭୋଙ୍ଗସା ଥୋନେକେଓ ଓ ଅନ୍ୟ ୫ ଜଣଙ୍କ ଦେହରେ ଗୁଳି ବାଜିଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ପର୍ଯ୍ୟଟକ ଓ ୩ ଥାଇ ନାଗରିକ ଅଛନ୍ତି। ପୁଲିସ୍‍ ଅପରାଧୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଘଟଣାସ୍ଥଳରୁ ଏକେ-୪୭ ଆସଲ୍ଟ ରାଇଫଲ ଗୁଳି ଜବତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories