କରତାରପୁର: ପାକ କମିଟିରେ ଖାଲିସ୍ତାନ ଆତଙ୍କବାଦୀଙ୍କୁ ନେଇ ଆପତ୍ତି ଜଣାଇଲା ଭାରତ
ନୂଆଦିଲ୍ଲୀ : କରତାରପୁର କରିଡର ପାଇଁ ପାକିସ୍ତାନ ପକ୍ଷରୁ ନିଯୁକ୍ତ କମିଟିରେ କେତେକ ଖାଲିସ୍ତାନ ଆତଙ୍କବାଦୀଙ୍କୁ ସାମିଲ କରାଯାଇଛି। ଏହାକୁ ନେଇ ଭାରତ ଶୁକ୍ରବାର ଅସନ୍ତୋଷ ପ୍ରକାଶ କରିବା ସହ ପାକିସ୍ତାନ ଉପ-ଉଚ୍ଚାୟୁକ୍ତଙ୍କୁ ସମନ କରି ରିପୋର୍ଟ ତଲବ କରିଛନ୍ତି। ପାକିସ୍ତାନ ପାଇଁ ନିଯୁକ୍ତ କମିଟିରେ ଖାଲିସ୍ତାନ ଆତଙ୍କବାଦୀଙ୍କ ଉପସ୍ଥିତିକୁ ନେଇ ଭାରତ ଚିନ୍ତା ବ୍ୟକ୍ତ କରିଛି।
ସୂଚନା ଅନୁସାରେ ପାକିସ୍ତାନ ଉପ-ଉଚ୍ଚାୟୁକ୍ତ ସୈୟଦ ହାଇଦର ଶାହଙ୍କୁ କୁହାଯାଇଛି ଛି ଯେ କରତାରପୁର ସାହିବ କରିଡ଼ର ପାଇଁ ଅଟାରୀରେ ଅନୁଷ୍ଠିତ ବୈଠକରେ ଦିଲ୍ଳୀ ପକ୍ଷରୁ ଉପସ୍ଥାପିତ ପ୍ରସ୍ତାବ ଉପରେ ନିଜ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନକୁ ଆପତ୍ତି ଜଣାଇ ଦିଆଯାଇଛି। ପାକିସ୍ତାନରୁ ଉତ୍ତର ମିଳିବା ପରେ କରତାରପୁର କରିଡ଼ର ପାଇଁ ଆସନ୍ତା ବୈଠକ ପାଇଁ ସମୟ ଓ ସ୍ଥାନ ଧାର୍ଯ୍ୟ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ପାଇଁ ୱାଘା ସୀମାରେ ଅପ୍ରେଲ ୨ରେ ବୈଠକ ହେବାକୁ ଧାର୍ଯ୍ୟ ହୋଇଥିଲା। ପାକିସ୍ତାନ ପକ୍ଷରୁ ନିଯୁକ୍ତ କମିଟିରେ ଖାଲିସ୍ତାନ ଆତଙ୍କବାଦୀଙ୍କୁ ସାମିଲ କରାଯିବା ପରେ ଭାରତ ଆସନ୍ତା ବୈଠକକୁ ନେଇ ଅନିଶ୍ଚିତତା ପ୍ରକାଶ କରିଛି। ପାକିସ୍ତାନରୁ ଜବାବ ମଳିବା ପରେ ହିଁ ଦ୍ୱିତୀୟ ବୈଠକ କଥା ଚିନ୍ତା କରାଯିବ ବୋଲି କୁହାଯାଇଛି।