bjd gruha runa

ଉଦୟ ସହରନ ଓ ସଚିନ ଧସଙ୍କ ଧୁଆଁଧାର ବ୍ୟାଟିଂ, ଫାଇନାଲରେ ଭାରତ

BJD Bijuli 480×75 Mob

ବେନୋନି : ୧୯ ବର୍ଷରୁ କମ ବିଶ୍ବକପ କ୍ରିକେଟ ଫାଇନାଲରେ ଭାରତ ପହଞ୍ଚିଛି। ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ ଭାରତ ଫାଇନାଲରେ ପହଞ୍ଚିଛି । ୩୨ ରନରେ ଚତୁର୍ଥ ୱିକେଟ ପତନ ସତ୍ତ୍ବେ ଭାରତ ବିଜୟୀ ହୋଇଛି। ଉଦୟ ସହରନ(୮୧) ଓ ସଚିନ ଧସ(୯୬)ଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ ବର୍ଷରୁ କମ ପୁରୁଷ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଭାରତ। ମଙ୍ଗଳବାର ଅନୁଷ୍ଠିତ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୨ ଓ୍ବିକେଟରେ ପରାସ୍ତ କରିବା ପରେ ଫାଇନାଲରେ ପ୍ରବେଶ କରିଛି।

ଭାରତୀୟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୪୪ରନ କରିଥିଲା । ଦଳ ପକ୍ଷରୁ ଲୁହାନ-ଡ୍ରେ-ପ୍ରେଟୋରିଅସ ୭୬ ରନ କରିଥିବାବେଳେ ରିଚାର୍ଡ ସେଲେଷ୍ଟଓ୍ବାନେ ୬୪ ରନ, ଜୁଆନ ଜେମ୍ସ ୨୪ରନ ଓ ଟ୍ରିସାନ ଲୁସ୍ ୨୩ ରନ କରିଥିଲେ ।

୨୪୫ ରନର ଲକ୍ଷ୍ୟର ପିଛାକରିଥିବା ଭାରତ ଆରମ୍ଭରୁ କେତୋଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ମାତ୍ର ୩୨ରନରେ ୪ଟି ଓ୍ବିକେଟ ହରାଇଥିଲା ।  ଉଦୟ ସାହାରନ ଓ ସଚିନ ଧାସଙ୍କ ମଧ୍ୟରେ ଏକ ବଡ଼ ପାର୍ଟନରସିପ ହେବା ପରେ ଖେଳ ଭାରତ ପଟକୁ ଢଳିବା ଆରମ୍ଭ କରିଥିଲା । ସାହାରନ ୮୧ ରନ କରିଥିବା ବେଳେ ଧାସ ୯୬ ରନ କରିଥିଲେ । ଭାରତ ୪୮.୫ ତମ ଓଭରରେ ୮ଟି ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ।

Comments are closed.