ମଙ୍ଗଳବାର ରାଶିଫଳ (୮ ଅଗଷ୍ଟ ୨୦୨୩)

ମେଷ : ଲୋକପୂଜ୍ୟ ହୋଇପାରନ୍ତି। ଚଞ୍ଚଳମନା ହେବେ। ଧନଶାଳୀ ହେବାର ସୂଚନା ମିଳୁଛି; ମାତ୍ର ଲୋଭି ଓ କୃପଣ ସ୍ବଭାବସମ୍ପନ୍ନ ହେବେ। ନିଷ୍ଠୁର ପ୍ରକୃତିର ହୋଇପାରନ୍ତି। ସେବା ଓ ପରୋପକାର କରି ଧନ୍ୟ ହେବେ।

ବୃଷ : ନାମାବଳି ବସ୍ତ୍ର ପରିଧାନ କରି ଦେବ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ପତ୍ନୀଙ୍କ ପ୍ରରୋଚନାରେ ପଡ଼ି ଧାତୁ ଦ୍ରବ୍ୟ କିଣାରେ ଧନ ବ୍ୟୟ କରିପାରନ୍ତି। କୃତ୍ରିମ କର୍ମରେ ଲିପ୍ତ ରହିପାରନ୍ତି। ସୁଖୀ ରହିବେ।

ମିଥୁନ : ବିଦେଶ ମାଟିରୁ ଧନ ଅର୍ଜନ କରିପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଲୋଭନୀୟ ଖାଦ୍ୟରେ ଆପ୍ୟାୟିତ ହେବାର ସୂଚନା ମିଳୁଛି। ଧର୍ମାନ୍ଧ ହୋଇପାରନ୍ତି।

କର୍କଟ : ଆରାମଦାୟକ ଜୀବନଯାପନ କରିପାରନ୍ତି। ବୃକ୍ଷର ପୂଜନ ଓ ସୁରକ୍ଷା ଆପଣଙ୍କର ଧେୟ ହେବ। ଜଳଯାତ୍ରାରେ ବିପଦ ଅଛି। ସୁସ୍ଥ ଓ ନିରାମୟ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବାରେ କୁଣ୍ଠିତ ହେବେନି।

ସିଂହ : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରନ୍ତି। ତୀର୍ଥଯାତ୍ରୀଙ୍କୁ ସହାୟତା ପ୍ରଦାନ କରି ସୁନାମ ଅର୍ଜନ କରିବେ। ବିନୟାଭାବାପନ୍ନ ହେବେ। ଅଜାତଶତ୍ରୁ ହେବେ। ଧର୍ମଧ୍ବଜାଧାରୀ ହେବେ।

କନ୍ୟା : ଉଳମୟ ଜୀବନ ଦୁର୍ବୀସହ ହୋଇପାରେ। ପତ୍ନୀଙ୍କ ଗୃହ ପରିଚାଳନା ସୁଖବୋଧ ହୋଇପାରେ। ଅସୁସ୍ଥ ଅବସ୍ଥାରେ ବି କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ରହିବେ। ହିଂସା ମାର୍ଗରେ ନଯାଇ ଧର୍ମ ମାର୍ଗରେ ଯିବେ।

prayash

ତୁଳା : ପତ୍ନୀ ସୁଚତୁରୀ ଓ ବିବିଧ ଗୁଣଯୁକ୍ତା ହୋଇପାରନ୍ତି। ନାନା ପଦାର୍ଥ ପ୍ରତି ବିଶେଷ ଆକର୍ଷଣ ରହିବ। ଧର୍ମଧାରଣାରେ ନିଜକୁ ନିୟୋଜିତ କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।

ବିଛା : ଜୀବଜନ୍ତୁଙ୍କ ପ୍ରତି ଦୟାର୍ଦ୍ରଚିତ୍ତ ହେବେ। କର୍ମଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରଜ୍ଞ ହେବେ। ଈଶ୍ବରଙ୍କ ପ୍ରତି ଭକ୍ତି ଓ ଆନୁଗତ୍ୟ ରହିବ। ସୁଖୀ ହେବେ।

ଧନୁ : ବଳିଷ୍ଠ ଓ ଶକ୍ତିମାନ ପୁତ୍ର ପାଇଁ ଗର୍ବିତ ହୋଇପାରନ୍ତି। ସତ୍‌ଚରିତ୍ରଯୁକ୍ତ ହେବେ। ଅଜାତଶତ୍ରୁ ହେବାର ସୂଚନା ମିଳୁଛି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

ମକର : ଜନ ସାଧାରଣଙ୍କୁ ଜଳକଷ୍ଟମୁକ୍ତ କରିବା ପାଇଁ ଜଳାଶୟାଦି ନିର୍ମାଣ ରୂପକ ଯଶ ଅର୍ଜନ କରିପାରନ୍ତି। ପିତୃ ସେବାରୁ ଆଶୀର୍ବାଦଯୁକ୍ତ ହୋଇ ଅସାଧ୍ୟ ସାଧନ କରିପାରନ୍ତି। ଗୃହସ୍ଥ ଜୀବନ ସୁଖମୟ ହେବ।

କୁମ୍ଭ : ଦଣ୍ଡ ଦେବାର କ୍ଷମତା ଥାଇ ମଧ୍ୟ କ୍ଷମା ଆଚରଣ କରି ନିଜର ଦୟାର୍ଦ୍ର ଭାବ ପ୍ରଦର୍ଶନ କରିପାରନ୍ତି। ଉପକାରୀଙ୍କଠାରେ କୃତଜ୍ଞତା ଜ୍ଞାପନ କରିବେ। ସତ୍ୟଯୁକ୍ତ, ସୁଶୀଳ ଓ ପଣ୍ଡିତମାନଙ୍କ ସହିତ୍ର ମିତ୍ରତା ହେବ।

ମୀନ : ବହୁ ଉପାୟରେ ଧନ ଅର୍ଜନ କରିପାରନ୍ତି। ଉପବାସାଦି ଧର୍ମକ୍ରିୟାରେ ଧନ ସଞ୍ଚୟ କରି ଆତ୍ମ ସନ୍ତୋଷ ଲାଭ କରିବେ। ବିଦ୍ୟା ପ୍ରଭାବ ଧନ ଅର୍ଜନର ମୂଳ କାରଣ ହେବ। ମାତାପିତାଙ୍କ କଲ୍ୟାଣରୁ ଧନ ମିଳିବ।

Comments are closed.