ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇବାକୁ ଯାଉଥିବା ଦୁଇଜଣ ବିଚାରପତିଙ୍କ ପଦୋନ୍ନତିକୁ ରୋକିବା ଲାଗି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି କୈଳାସ ଗମ୍ଭୀର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଦିନେଶ ମାହେଶ୍ବରୀ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ଗତ ସପ୍ତାହରେ ସୁପ୍ରିମକୋର୍ଟ କଲେଜିୟମ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଜଷ୍ଟିସ ମାହେଶ୍ବରୀ ଓ ଜଷ୍ଟିସ ଖାନ୍ନାଙ୍କୁ ପଦୋନ୍ନତି ଦିଆଯିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ବିଚାରପତି ଜଷ୍ଟିସ ଗମ୍ଭୀର। ଜଷ୍ଟିସ ଗମ୍ଭୀର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ଦିଆଯିବ ବଡ ଭୁଲ୍ ନିଷ୍ପତ୍ତି ହେବ। ତେଣୁ ଏହି ଭୁଲ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ରୋକାଯାଉ। ବିଭିନ୍ନ ହାଇକୋର୍ଟର ୩୨ଜଣ ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରାଯାଇ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଜଷ୍ଟିସ ଗମ୍ଭୀର ଲେଖିଛନ୍ତି। ଜଷ୍ଟିସ ଖାନ୍ନା ଯଦି ପଦୋନ୍ନତି ପାଆନ୍ତି ତେବେ ୨୦୨୪ ବେଳକୁ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ।
ଦୁଇ ବିଚାରପତିଙ୍କ ପଦୋନ୍ନତି ରୋକିବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ପୂର୍ବତନ ବିଚାରପତି
Popular Categories



