www.samajalive.in
Tuesday, December 9, 2025
26.1 C
Bhubaneswar

ସ୍ବାସ୍ଥ୍ୟ ପ୍ରତି ଖୁବ୍ ଉପକାରୀ ଭଜା ଚଣା

ସାଧାରଣତଃ ପିଲା ଠାରୁ ବୟସ୍କ ସମସ୍ତେ ଭଜା ଚଣା ଖାଇବାକୁ ବେଶ୍ ପସନ୍ଦ କରିଥାଆନ୍ତି। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଶରୀରର ଅନେକ ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ। ତେବେ ବଜାରରେ ସାଧାରଣତଃ ଦୁଇ ପ୍ରକାରର ଭଜା ଚଣା ମିଳିଥାଏ। ଗୋଟିଏ ଚୋପା ଲାଗିଥିବା ଚଣା ଓ ଅନ୍ୟଟି ଚୋପା ନଥିବା ଚଣା। ଚୋପା ଲାଗିଥବା ଚଣା ହିଁ ଶରୀର ପାଇଁ ଖୁବ୍ ଉପକାରୀ। ଏଥିରେ କର୍ବୋହାଇଡ୍ରେଟ୍, କ୍ୟାଲ୍ସିୟମ୍ ଓ ଆଇରନ୍ ଭଳି ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ। ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୫୦ରୁ ୬୦ ଗ୍ରାମ୍ ଚଣା ଖାଇବା ଆବଶ୍ୟକ। ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଭଜା ଚଣା ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ –

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : ପ୍ରତିଦିନ ଜଳଖିଆ କିମ୍ବା ଦ୍ୱିପ୍ରହର ଖାଦ୍ୟ ଖାଇବା ପୂର୍ବରୁ ୫୦ ଗ୍ରାମ୍ ଚଣା ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ। ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବା ଦ୍ୱାରା ଆମ ଶରୀର ଅନେକ ରୋଗରୁ ଦୂରେଇ ରହିଥାଏ। ପାଣିପାଗର ପରିବର୍ତ୍ତନରେ ଦେଖାଦେଉଥିବା ଅନେକ ସଂକ୍ରମଣରୁ ମଧ୍ୟ ମୁକ୍ତି ମିଳିଥାଏ।

- Advertisement -

ମୋଟାପଣ ଦୂର କରେ : ଭଜା ଚଣା ଶରୀରର ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ତେଣୁ ମୋଟାପଣ ହ୍ରାସ ପାଇଁ ନିୟମିତ ଭଜା ଚଣା ଖାଆନ୍ତୁ।

ପାଚନ ଶକ୍ତି ବୃଦ୍ଧି କରେ : ଭଜା ଚଣା ପାଚନ ଶକ୍ତିକୁ ସନ୍ତୁଳିତ ରଖି ମାନସିକ ଶକ୍ତି ବଢ଼ାଏ। ଭଜା ଚଣା ଖାଇବା ଦ୍ୱାରା ରକ୍ତ ସଫା ହୁଏ, ଫଳରେ ତ୍ୱଚାର ଉଜ୍ଜ୍ୱଳତା ବଢ଼େ। ଏଥିରେ ଥିବା ଫସଫରସ୍ ଶରୀରରେ ହିମୋଗ୍ଲୋବିନ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories