www.samajalive.in
Sunday, December 7, 2025
18.1 C
Bhubaneswar

କେଶ ଉପୁଡ଼ିବାରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

କେଶ ଉପୁଡ଼ିବା ଲୋକଙ୍କର ଏକ ବଡ଼ ସମସ୍ୟା ଅଟେ। ବହୁ ସମୟରେ ପ୍ରଦୂଷଣ, ବାହାରର ଖାଦ୍ୟ, ଚିନ୍ତାଗ୍ରସ୍ତ କାରଣରୁ କେଶ ଉପୁଡ଼ିଥାଏ। କେଶ ଉପୁଡ଼ିବା ଦ୍ୱାରା ଏହା ଆକର୍ଷଣ କମାଇବା ସହ ଆମ ଜୀବନଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଲମ୍ବା ଓ ମଜଭୂତ କେଶ ପାଇଁ କିଛି ପୋଷକ ତତ୍ତ୍ୱ ଦ୍ରବ୍ୟକୁ ବ୍ୟବହାର କଲେ  କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ମିଳିପାରିବ। ଏଥିପାଇଁ ନିଜ ଖାଦ୍ୟରେ କିଛି ଦ୍ରବ୍ୟକୁ ସାମିଲ କରିବାକୁ ହେବ। କାରଣ ନିଜ ଭୋଜନରେ ସେହି ଖାଦ୍ୟପେୟକୁ ନିୟମିତ ଖାଇଲେ  କେଶ ଉପୁଡ଼ିବା ବନ୍ଦ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ଅଁଳା – ଅଁଳା କେଶ ପାଇଁ ଖୁବ ଉପକାରୀ ଅଟେ। ଏହାର ଗୁଣ୍ଡ,ଜୁସ କିମ୍ବା ଆଚାରକୁ ମଧ୍ୟ ଖାଇପାରିବେ। ଅଁଳାକୁ କେଶ ମୂଳରେ ଓ ମୁହଁରେ ମଧ୍ୟ ଲଗାଇ ପାରିବେ। ଅଁଳାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି। ଯାହା କେଶକୁ ମଜଭୂତ, ଘନ କରିବା ସହ ଉପୁଡ଼ିବା ସମସ୍ୟାକୁ ଦୂର କରିଥାଏ।
ପାଳଙ୍ଗ ଶାଗ –
କେଶ ପାଇଁ ପାଳଙ୍ଗ ଶାଗ ଖୁବ ଲାଭଦାୟକ ଅଟେ। ଏଥିରେ ଭିଟାମିନ ସି, ଇ, ବି ଆଦି ରହିଛି। ଏହାକୁ ନିୟମିତ ଖାଇଲେ କେଶ ମୂଳ ମଜଭୂତ ହୋଇଥାଏ।
ମେଥି –
ସଭିଙ୍କ ଘରେ ମେଥି ନିଶ୍ଚୟ ଥାଏ। ଏହା ବହୁ ଛୋଟ ବଡ଼ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଛି। ଏହାକୁ ଖାଇବା ଦ୍ୱାରା ଓ କେଶରେ ଲଗାଇବା ଦ୍ୱାରା କେଶ ଲମ୍ବା ଓ ଘନ ହୋଇଥାଏ।
ନଡ଼ିଆ ତେଲ –
ଘରେ ନଡ଼ିଆ ତେଲ ପ୍ରସ୍ତୁତ କରି ଏହାକୁ କେଶ ମୂଳରେ ମାଲିସ କରନ୍ତୁ। ନଡ଼ିଆ ତେଲ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରି ମଧ୍ୟ ଖାଇବା ଦ୍ୱାରା ଏହା କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories