କଟକ : ଦିନକୁ ଦିନ ମନ୍ଦିର ମାନଙ୍କରୁ ଚୋରି ଘଟଣା ବୃଦ୍ଧି କାଇବାରେ ଲାଗିଛି। ଯାହା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଜି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଟକ ସହରରେ । କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି ହୋଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆସି ଠାକୁରଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏହାସହ ୫ଟି ରୂପା ମୁକୁଟ, ରୂପାର ଗଦା, ରୂପା ଗରା ଓ କଠଉ ଚୋରି ହୋଇଛି। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଚୋରି ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ମଧୁପାଟଣା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



