www.samajalive.in
Saturday, December 6, 2025
16.1 C
Bhubaneswar

ବାଣ କାରଖାନାରେ ବିସ୍ଫୋରଣ; ୬ ମୃତ

ଚେନ୍ନାଇ : ତାମିଲନାଡୁର ବିରୁଧୁନଗରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି। ବିରୁଧୁନଗର ଜିଲାର ସତ୍ତୁର ଅଞ୍ଚଳରେ ଥିବା ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି। ସମସ୍ତ ମୃତକ କାରଖାନାରେ କାମ କରୁଥିବା କର୍ମଚାରୀ ଅଟନ୍ତି।
ରିପୋର୍ଟ ଅନୁଯାୟୀ କାରଖାନାରେ ୪ଟି କକ୍ଷ ଥିଲା। ଯାହା ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୁଲିସ। ବିସ୍ଫୋରଣ କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ମାତ୍ର ସର୍ଟ ସର୍କିଟ୍‌ କାରଣରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି ।

ଜାନୁଆରୀ ୧୫ ପରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଶନିବାର ଘରକୁ କିଣି ଆଣନ୍ତୁ ନାହିଁ; ନଚେତ୍‌..

- Advertisement -

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories