www.samajalive.in
Sunday, December 7, 2025
23.1 C
Bhubaneswar

ହରଭଙ୍ଗା ବ୍ଲକର ୮ ହାଇସ୍କୁଲରେ ପାସ ହାର ୧୦୦%

ହରଭଙ୍ଗା: ବୌଦ୍ଧ ଜିଲାର ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ଭଳି ତିନୋଟି ବ୍ଲକରେ ୭୬ଟି ହାଇସ୍କୁଲ ରହିଛି। ସେଥିରୁ ଚଳିତବର୍ଷ ୬ହଜାର୮୪୧ଜଣ ପିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ଯାହାକି ଜିଲାରେ ମାଟ୍ରିକ ପରୀକ୍ଷା ପାଶହାର ୯୫.୯୪ ପ୍ରତିଶତ ରହିଛି। ବୌଦ୍ଧ  ଜିଲାର ହରଭଙ୍ଗା ବ୍ଲକର ୮ଟି ହାଇସ୍କୁଲରେ ୧୦୦% ପାସହାର ରହିଛି। ଶହେ ପ୍ରତିଶତ ପାସହାର ତାଲିକାରେ ହରଭଙ୍ଗା, ସରସରା, ତଳଗାଁ, ବଡବନ୍ଧ, ଶଙ୍କୁଲେଇ, ଲୁଣିବାହାଲ, ବନ୍ଧାପଥର ଏବଂ ପୁରୁଣାକଟକ ହାଇସ୍କୁଲ ରହିଛି। ଅପରପକ୍ଷରେ ବ୍ଲକର ଅନ୍ୟ ସ୍କୁଲଗୁଡ଼ିକରେ ପାସହାର ସନ୍ତୋଷଜନକ ନ ଥିବା ଜଣାପଡ଼ିଛି। ହରଭଙ୍ଗା ବ୍ଲକରେ ସନ୍ତୋଷଜନକ ପାସହାରନଥିବା ସ୍କୁଲଗୁଡିକ ଉପରେ ଆମେ ଦୃଷ୍ଟି ଦେବା ସହିତ ସ୍କୁଲ ଖୋଲିଲେ ଏହା ଉପରେ ବିଚାରବିମର୍ଷ କରାଯିବ ଗୋଷ୍ଠୀ ଶିକ୍ଷାଧିକାରୀ ଅଜୟ କୁମାର ଲୁହା କହିଛନ୍ତି।

ସରକାରୀ ସ୍କୁଲରେ ଘରୋଇ ସ୍କୁଲଭଳି ଶିକ୍ଷାବ୍ୟବସ୍ଥା ବାସ୍ତବରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟିକରିଛି। ରାଜ୍ୟସରକାରଙ୍କ ୫ଟି ହାଇସ୍କୁଲ ରୂପାନ୍ତରୀକରଣ ଯୋଜନା ପରେ ଗ୍ରାମାଞ୍ଚଳରେ ରହିଥିବା ସରକାରୀ ହାଇସ୍କୁଲ ଗୁଡିକର ଭିତ୍ତିଭୂମି ରୂପରେଖ ବଦଳିଯାଇଛି। ସରକାରଙ୍କ ୫ଟି ହାଇସ୍କୁଲ କାର୍ଯ୍ୟକ୍ରମ ଶିକ୍ଷାବ୍ୟବସ୍ଥାରେ ଏକ ବୈପ୍ଲବିକ ପରିବର୍ତନ କହିଲେ ଅତ୍ୟୁକ୍ତି ହେବନାହିଁ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories