www.samajalive.in
Sunday, December 7, 2025
14.1 C
Bhubaneswar

ଶୀତଦିନେ ହାତକୁ ନରମ କରିବାର ଘରୋଇ ଉପାୟ

ଶୀତ ଦିନରେ ଥଣ୍ଡା ପବନ ଦ୍ବାରା ଚର୍ମ ନରମ ହୋଇଥାଏ। ଚର୍ମ ନରମ ହୋଇ ଯିବାରୁ ତାହା ଶୁଷ୍କ ହୋଇଯାଏ। ଶୀତଦିନେ ପାଦ, ଓଠ ଫାଟିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଘରୋଇ ଉପାୟ କରିବା ଉଚିତ।

ଆସନ୍ତୁ ଜାଣିବା ସେ ସବୁ ଉପାୟ ବିଷୟରେ ..

- Advertisement -

ଅଲିଭ ତେଲ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଫ୍ୟାଟଇ ଏସିଡ ରହିଛି। ମୁହଁର ଶୁଷ୍କତାକୁ ଦୂର କରିବା ପାଇଁ ଏହା ସାହାର୍ଯ୍ୟ କରିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ଅଲିଭ ତେଲକୁ ହାତ ଓ ମୁହଁରେ ମାଲିସ କରନ୍ତୁ। ଏପରି କରିବା ଦ୍ବାରା ଶୀତଦିନେ ମୁହଁ ଓ ହାତ ଶୁଷ୍କ ହୋଇ ନଥାଏ।ମହୁରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ହାତକୁ ନରମ କରିଥାଏ। ମହୁକୁ ହାତରେ ଭଲ ଭାବେ ଲଗାଇ ମାଲିସ କରନ୍ତୁ। ମହୁ ଶୁଖିଯିବା ପରେ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ।

ମିଲ୍କ କ୍ରିମ୍‌ରେ ପ୍ରଚୁର ପରିମାଣରେ ଲାକ୍ଟିକ ଏସିଡ ରହିଛି। ଏହା ମୃତକୋ​‌ଷିକା ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ। ହାତରେ ସତେଜ ମିଲ୍କ କ୍ରିମ୍‌ ଲଗାଇ ମାଲିସ କରନ୍ତୁ। ତାପରେ ୧୫ମିନଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ୧୫ମିନିଟ ପରେ ଅଳ୍ପ ଉଷୁମ ପାଣିରେ ହାତକୁ ଧୋଇ ଦିଅନ୍ତୁ। ଏପରି ଗୋଟିଏ ସପ୍ତାହ କରିବା ଦ୍ବାରା ଫରକ ଅନୁଭବ କରିପାରିବେ।ଦହିରେ ମଧ୍ୟ ଶୁଷ୍କ ତ୍ବଚାକୁ ନରମ କରି ପାରିବା। ନିୟମିତ ଭାବେ ହାତରେ ଦହି ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ହାତକୁ ଉଷୁମ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ହାତ ନରମ ରହିଥାଏ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories