www.samajalive.in
Monday, December 8, 2025
13.1 C
Bhubaneswar

ରାତିରେ ନିଦ ହେଉ ନାହିଁ କି? ଏସବୁ ଖାଇଲେ ହେବ ଭଲ ନିଦ..

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଅନିଦ୍ରା ଜନିତ ସମସ୍ୟା କାରଣରୁ ଚିନ୍ତିତ। ଉତ୍ତମ ନିଦ ପାଇଁ କେଉଁ ଖାଦ୍ୟ ସେବନ କରିବା ଉଚିତ୍ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଦ ଶରୀର ପାଇଁ ଖୁବ୍ ଜରୁରୀ। ନଚେତ୍ ଶରୀରରେ ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ ଅନିଦ୍ରା। ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ସଠିକ୍ ମାତ୍ରାରେ ଶୋଇବା ନିତାନ୍ତ ଜରୁରୀ। ଜାଣନ୍ତୁ ଏଭଳି କିଛି ଖାଦ୍ୟ ବିଷୟରେ ଯାହାର ସେବନ କରିବା ଦ୍ୱାରା ଉତ୍ତମ ନିଦ ହୋଇଥାଏ।

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

- Advertisement -

କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦରେ ସହାୟକ ହୋଇଥାଏ। ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇବା ଦ୍ୱାରା ଶାନ୍ତି ଓ ଆରାମଦାୟକ ନିଦ ପାଇଁ ଖୁବ ଜରୁରୀ।

ଖଜୁରୀରେ ମେଲଟୋନିନ ରହିଥାଏ। ଏହା ଭଲ ନିଦ ହେବା ପାଇଁ ଆବଶ୍ୟକୀୟ ହରମୋନ ସୃଷ୍ଟି କରିଥାଏ। ଫଳରେ ଉତ୍ତମ ନିଦ ହୋଇଥାଏ।

ବାଦମ – ବାଦାମରେ ମେଗ୍ନେସିୟମ ରହିଛି। ଯାହା ଶାନ୍ତି ନିଦ ପ୍ରଦାନ କରିବାରେ ସହାୟକ ହୋଇଥାଏ। ନିୟମିତ ବାଦାମ ବତୁରାଇ ଏହାର ସେବନ କରି ପାରିବେ।

ଉତ୍ତମ ନିଦ ପାଇଁ ମଖାନାର ସେବନ କରି ପାରିବେ।

କଦଳୀ – କଦଳୀରେ ମେଗ୍ନେସିୟମ ଓ ପୋଟାସିୟମ ରହିଛି। ଯାହା ଉତ୍ତମ ନିଦ ହେବାରେ ସହାୟକ ହୋଇଥାଏ।

କଦଳୀ ଭୋକକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କଦଳୀ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ରହିଥାଏ। ବାରମ୍ବାର ଖାଦ୍ୟ ଖାଇବାର ଅଭ୍ୟାସ ଥିଲେ, ଏହା ନିୟନ୍ତ୍ରଣ ହୋଇଥାଏ।
କଦଳୀରେ ପ୍ରଚୁର ମାତ୍ରାରେ ମେଗ୍ନେସିୟମ ମିଳିଥାଏ। ଏହା ମସ୍ତିଷ୍କ ଓ ମନକୁ ଶାନ୍ତ ଓ ଖୁସି ରଖିବାରେ ସହାୟକ ହୋଇଥାଏ।

ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories