www.samajalive.in
Saturday, December 6, 2025
16.1 C
Bhubaneswar

ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

ହିନ୍ଦୁ ଧର୍ମରେ ତଥା ଭାରତୀୟ ପରମ୍ପରାରେ ଗାଈର ଖୁବ୍ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ସହ ଧାର୍ମିକ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ଗାଈଙ୍କ ଠାରେ ସମସ୍ତ ଦେବୀଦେବତାଙ୍କ ବାସ ରହିଛି। ତେଣୁ ଗାଈ ପୂଜା ଦେବତାଙ୍କ ପୂଜା ସହ ସମାନ। ଗାଈଙ୍କୁ ଗୁଡ ଖାଇବାକୁ ଦେବା ଦ୍ୱାରା କାର୍ଯ୍ୟରେ ଥିବା ବାଧା ଦୂର ହୋଇଥାଏ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ବିଶେଷ କରି ଅବିବାହିତ ଯୁବକ-ଯୁବତୀ ଗାଈଙ୍କୁ ଗୁଡ ଖାଇବାକୁ ଦେବା ଦ୍ୱାରା ବିଳମ୍ବ ବିବାହ ସମସ୍ୟା ଦୂର ହୋଇଥାଏ।

ବାସ୍ ଏହି ସରଳ ଉପାୟରେ ଜାତକରେ ଦୂର ହେବ ଶନିଙ୍କ କୋପ, ମହାଦଶା..

- Advertisement -

ପ୍ରତ୍ୟେକ ଦିନ ଗାଈ ପୂଜା କରି ପାରିବେ। ଗାଈଙ୍କୁ ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟି ଖାଇବାକୁ ଦିଅନ୍ତୁ। ମାତ୍ର ରବିବାର ଓ ଗୁରୁବାର ଦିନ ଲାଲ ଗାଈଙ୍କୁ ଗୁଡ ଓ ଚଣା ଖାଇବାକୁ ଦେବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ବିବାହ ଯୋଗ ସୃଷ୍ଟି ହୋଇଥାଏ। ଧନର ଆଗମନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହା ବର୍ଣ୍ଣନା କରାଯାଇଛି।
ରବିବାର ଓ ଗୁରୁବାର ଦିନ ସକାଳେ ଗାଈଙ୍କୁ ଗୁଡ ଓ ଚଣା ଖାଇବାକୁ ଦେବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

ସୋମବାର ଓ ଶୁକ୍ରବାର ତଥା ମାସର ପୂର୍ଣ୍ଣିମା ଦିନ ଧଳା ଓ କଳା ରଙ୍ଗର ଗାଈକୁ ଗୁଡ ଓ ଚଣା ଖାଇବାକୁ ଦେବା ଦ୍ୱାରା ଏକ ମାସ ମଧ୍ୟରେ ବିବାହ ଯୋଗ ଆସିଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories