www.samajalive.in
Sunday, December 7, 2025
14.1 C
Bhubaneswar

ରେଳ ଭଡ଼ାଠାରୁ ଅଟୋ ଭଡ଼ା ୩ଗୁଣ, କେନ୍ଦୁଝରଗଡ଼ ଓ ନରଣପୁର ଷ୍ଟେସନକୁ ଟାଉନ ବସ୍‌‌ ଚଳାଚଳ ଦାବି

କେନ୍ଦୁଝରଗଡ଼: କେନ୍ଦୁଝରରୁ ଭୁବନେଶ୍ୱରକୁ ରେଳ ଯୋଗେ ଯାତ୍ରା କଲେ ୫୫ଟଙ୍କା ଭଡା ଦେବାକୁ ପଡ଼ିଥାଏ। ତେବେ ଏହି ଟ୍ରେନରେ କେନ୍ଦୁଝର ସହରବାସୀଙ୍କୁ ଯାତ୍ରା କରିବାକୁ ହେଲେ ରେଳ ଭଡାଠାରୁ ୩ ଗୁଣ ଅଧିକ ଅଟୋ ଭଡା ଦେବାକୁ ପଡୁଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରେଳଯାତ୍ରୀଙ୍କ ସୁଲଭ ମୂଲ୍ୟରେ ଯାତାୟାତକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨୦୧୬-୧୭ରେ ପୁରୁଣାବଜାରଠାରୁ କେନ୍ଦୁଝରଗଡ଼ ଏବଂ ପଦ୍ମପୁରଠାରୁ ନରଣପୁର ଷ୍ଟେସନ ପର୍ଯ୍ୟନ୍ତ ଦୁଇଟି ଟାଉନ ବସ୍‌‌ ସେବା ତତ୍‌‌କାଳୀନ ଜିଲାପାଳ ଡା. ଏନ୍‌‌.ତିରୁମାଲା ନାଏକଙ୍କ ପ୍ରଚେଷ୍ଟାରେ ଚଳାଚଳ ଆରମ୍ଭ ହୋଇଥିଲା। ଜିଲାପାଳ ଡା. ନାଏକ ଏଠାରୁ ବଦଳି ହୋଇଯିବା ପରେ ଏହି ଦୁଇ ଟାଉନ ବସ୍‌‌ ଚଳାଚଳ ମଧ୍ୟ ବନ୍ଦ ରହିଲା। ଫଳରେ ଏହାର ସୁଯୋଗ ଉଣ୍ଡି ଅଟୋ ଚାଳକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇ କେନ୍ଦୁଝର ସହରରୁ କେନ୍ଦୁଝରଗଡ଼ କିମ୍ବା ନରଣପୁର ଷ୍ଟେସନକୁ ଅଟୋ ଯୋଗେ ଯିବାକୁ ହେଲେ ଅତି କମରେ ୧୦୦ରୁ ସର୍ବାଧିକ ୨୦୦ଟଙ୍କା ଭଡା ଦେବାକୁ ପଡୁଥିବାରୁ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ବର୍ତ୍ତମାନ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ, ବଡବିଲ-ପୁରୀ ଓ କେନ୍ଦୁଝରଗଡ଼-ପାରାଦୀପ ଦୈନିକ ଏବଂ ବିଶାଖାପାଟଣା-ଟାଟାନଗର, ପୁରୀ-ଆନନ୍ଦବିହାର ଓ ପୁରୀ-ନୂଆଦିଲ୍ଲୀକୁ ୯ଟି ସାପ୍ତାହିକୀ ଟ୍ରେନ ଚଳାଚଳ କରୁଥିବାବେଳେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏହି ଦୁଇ ଷ୍ଟେସନକୁ ତୁରନ୍ତ ଟାଉନ ବସ୍‌‌ ସେବା ଯୋଗାଇ ଦେବାକୁ ପ୍ରଗତିଶୀଳ ନାଗରିକ ମଞ୍ଚ ସଭାପତି ମଳୟ କୁମାର ମହାପାତ୍ର ଦାବି କରିଛନ୍ତି। ଅନେକ ସମୟରେ ମହିଳା ଓ ଭିନ୍ନକ୍ଷମ ଯାତ୍ରୀ ଅଟୋ ଚାଳକଙ୍କ ଜୁଲମର ଶିକାର ହେବାସହ ରାତି ସମୟରେ ନିଜକୁ ସୁରକ୍ଷିତ ମଣୁନଥିବାରୁ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଟାଉନ ବସ୍‌‌ ସେବା ତୁରନ୍ତ ଯୋଗାଇ ଦେବାକୁ ମଳୟ ମହାପାତ୍ର ଦାବି କରିଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories