www.samajalive.in
Saturday, December 6, 2025
16.1 C
Bhubaneswar

ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ: ଯେଉଁ ଆକାରରେ ବିଜ୍ଞାପନ ଦେଉଛ ସେହି ଆକାରର କ୍ଷମାପ୍ରାର୍ଥନା ଛାପ

ନୂଆଦିଲ୍ଲୀ: ଉତ୍ପାଦ ବିକ୍ରି ପାଇଁ ଖବରକାଗଜରେ ଯେଉଁ ଆକାରରେ ବିଜ୍ଞାପନ ଦେଉଛ, ସେହି ଆକାରରେ କ୍ଷମାପ୍ରାର୍ଥନା ଛାପ। ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ମଙ୍ଗଳବାର ଏଭଳି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଉତ୍ପାଦ ବିକ୍ରି ପାଇଁ ଖରବକାଗଜର ଯେତିକି ଜାଗାରେ, ଯେଉଁ ଆକାର ଅକ୍ଷରରେ ବିଜ୍ଞାପନ ଛପାଯାଉଛି, କ୍ଷମାପ୍ରାର୍ଥନା ବି ସେହିଭଳି ହେବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ନିଜର ଉତ୍ପାଦ ବିକ୍ରୟ ପାଇଁ ଗଣମାଧ୍ୟମରେ ଦେଉଥିବା ବିଜ୍ଞାପନ ଭ୍ରମାତ୍ମକ ବୋଲି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ। ତେଣୁ ଜନସାଧାରଣଙ୍କୁ କ୍ଷମା ମାଗିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ମଙ୍ଗଳବାର ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ପତଞ୍ଜଳି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କୋର୍ଟରେ ହାଜର ହୋଇ ଗତକାଲି ୬୭ ଖବରକାଗଜଗୁଡ଼ିକରେ କ୍ଷମାପ୍ରାର୍ଥନା ସମ୍ପର୍କିତ ବିଜ୍ଞାପନ ପ୍ରକାଶିତ ହୋଇଛି ବୋଲି କହିଥିଲେ। ତେବେ ଉତ୍ପାଦ ବିକ୍ରୟ ପାଇଁ ଖବରକାଗଜରେ ଯେତିକି ଜାଗାରେ ବିଜ୍ଞାପନ ପ୍ରକାଶିତ ହୋଇଥିବା କ୍ଷମାପ୍ରାର୍ଥନା ବିଜ୍ଞାପନ ସେହି ଆକାରରେ ପ୍ରକାଶ ହୋଇଛି କି ନାହିଁ ବିଚାରପତି କୋହଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆଇନଜୀବୀ ରୋହତଗୀ କହିଥିଲେ ଯେ, ବିଜ୍ଞାପନ ବାବଦରେ ୧୦ ଲକ୍ଷ ଟଙ୍କା ଖର୍ଚ ହୋଇଛି। ବଡ଼ ଆକାରରେ ପ୍ରକାଶ କଲେ ଅଧିକ ଖର୍ଚ ହେବ। ମାତ୍ର ବିଚାରପତି କହିଥିଲେ ସେସବୁ ଆମର ଚିନ୍ତା କରିବାର ନାହିଁ। ଯେଉଁ ଆକାରରେ ଉତ୍ପାଦ ବିକ୍ରୟ ବିଜ୍ଞାପନ ଦେଉଛ ସେହି ଆକାରରେ କ୍ଷମାପ୍ରାର୍ଥନା ବିଜ୍ଞାପନ ଦେବାକୁ ହେବ।

- Advertisement -

ଏହା ସହିତ ସୁପ୍ରିମକୋର୍ଟ ଦେଶର ଏଫଏମସିଜି କମ୍ପାନୀଗୁଡ଼ିକ ଦ୍ବାରା ଭ୍ରମାତ୍ମକ ବିଜ୍ଞାପନ ଜରିଆରେ ଲୋକଙ୍କୁ ଠକୁଥିବାରୁ ଏଥିପ୍ରତି କେନ୍ଦ୍ର ସରକାର ନଜର ରଖିବାକୁ କହିଛନ୍ତି। ପତଞ୍ଜଳି ଭଳି ଅନ୍ୟ କମ୍ପାନୀଗୁଡ଼ିକ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ଖାଉଟି ବ୍ୟାପାର ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ମଧ୍ୟ ପ୍ରଶ୍ନ କରିବା ସହିତ ଷ୍ଟେଟ୍‌ ଲାଇସେନ୍‌ସିଂ ଅଥରିଟି ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ ହୋଇ ଉତ୍ତର ରଖିବା ଦରକାର ବୋଲି କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories