www.samajalive.in
Saturday, December 6, 2025
14.1 C
Bhubaneswar

ଡିଭାଇଡରରେ ପିଟି ହୋଇ ଟ୍ରକକୁ ଧକ୍କା ଦେଲା ବସ୍ ; ୪ ମୃତ, ୩୨ ଆହତ

ନୂଆଦିଲ୍ଲୀ : ଆଗ୍ରା-ଲଖନଉ ଏକ୍ସପ୍ରେସ ୱେରେ ବସ ଡିଭାଇଡର ଭାଙ୍ଗି ରାସ୍ତାର ଆରପଟକୁ ଯାଇ ଆଉ ଏକ ଟ୍ରକ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବସରେ ଥିବା ୪୦ ଯାତ୍ରୀଙ୍କ ସହ ଟ୍ରକ ଚାଳକ,ଅନ୍ୟ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗୋରଖପୁରରୁ ଦିଲ୍ଲୀ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବସ ଚାଳକଙ୍କ ଆଖି ଲାଗି ଯିବାରୁ ପ୍ରଥମେ ଡିଭାଇଡରରେ ପିଟି ହୋଇ ପରେ ଟ୍ରକ ସହ ଧକ୍କା ହୋଇଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଠାରେ ୩୨ ଜଣଙ୍କ ଚିକିତ୍ସା ଜାରି ରହିଛି। ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories