ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ  ବଜ୍ରପାତ  ସତର୍କତା

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ସତର୍କତା ଜାରି କରାଯାଇଛି। ଟୁଇନ ସିଟି କଟକ ଓ ଭୁବନେଶ୍ବର ସହିତ ୭ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାୟଗଡ଼ା, ଗଞ୍ଜାମ, କଟକ, ପୁରୀ, ବରଗଡ଼, ନୟାଗଡ଼ ଓ ଖୋର୍ଦ୍ଧା ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏସବୁ ଅଞ୍ଚଳରେ କାଳବୈଶାଖୀ ସମେତ ଘଡ଼ଘଡ଼ି ସହ ବର୍ଷା ହେବ। ପବନ ଓ ବର୍ଷା ହେବାକୁ ଥିବାରୁ ଏହି କାଳବୈଶାଖୀ ପ୍ରଭାବରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିବ। କାଳବୈଶାଖୀ ଓ ବଜ୍ରପାଦ ପାଇଁ ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

Comments are closed.