www.samajalive.in
Friday, December 5, 2025
26.1 C
Bhubaneswar

୬ ବର୍ଷର ଶିଶୁକୁ ନାଳକୁ ଫିଙ୍ଗିଲା ମାଆ ; କୁମ୍ଭୀର ମୁହଁରୁ ମିଳିଲା ମୃତଦେହ

ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ଯୁକ୍ତି ତର୍କ ହେବା ପରେ ସେ ନିଜର ୬ ବର୍ଷର ଶିଶୁ ପୁତ୍ରକୁ ନାଳକୁ ଫିଙ୍ଗି ଦେବା ଘଟଣା ହଇଚଇ ସୃଷ୍ଟି କରିଛି। ଏହି ଘଟଣା ପରେ ଶିଶୁକୁ ଖୋଜାଖୋଜି କରିବା ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଶିଶୁର ମୃତଦେହକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ। ଶିଶୁ ଶରୀରର କିଛି ଅଂଶକୁ କୁମ୍ଭୀର ଖାଇ ଦେଇଛି। ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ମହିଳା ଓ ତାଙ୍କ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି।

ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ଉତ୍ତର କନ୍ନଡ ଜିଲାର ନିକଟରେ ହଲାମଦୀ ଗାଁର। ଜଣେ ୩୨ ବର୍ଷୀୟ ମହିଳା ସାବିତ୍ରୀଙ୍କର ନିଜ ସ୍ୱାମୀ ରବି(୩୬)ଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ତାଙ୍କ ୬ ବର୍ଷର ପୁଅ ବିନୋଦକୁ କଥା କହିବା ଓ ଶୁଣିବାରେ କିଛି ସମସ୍ୟା ଥିଲା। ଏହି କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ହେଉଥିଲା। ଶନିବାର ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ଏହାପରେ ରାତି ପ୍ରାୟ ୯ଟାରେ ନିଜ ପୁଅ ବିନୋଦକୁ ନାଳକୁ ଫିଙ୍ଗି ଦେଇଥିଲେ। ଏହି ନାଳ କୁମ୍ଭୀର ଭର୍ତ୍ତି କାଳି ନଦୀ ସହ ମିଶିଛି। ଘଟଣାର କିଛି ସମୟ ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ନାଳରେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଅନେକ ସମୟ ଖୋଜାଖୋଜି କରିବା ପରେ ରାତିରେ ଉଦ୍ଧାର କରିବା ସମ୍ଭବ ହୋଇନଥିଲା।

ମନଛୁଆଁ : ଦେଖନ୍ତୁ ଭିଡିଓ ; ସବୁଦିନ ଟ୍ରେନକୁ ଅପେକ୍ଷା କରୁଛି କୁୁକୁର, ଆସିବା ମାତ୍ରେ ଦୌଡୁଛି, ଆଶ୍ଚର୍ଯ୍ୟ କରିବ କାରଣ..

- Advertisement -

ପରଦିନ ରବିବାର ଉଦ୍ଧାରକାରୀ ଦଳ ପୁନଃ ଖୋଜାଖୋଜି କରିଥିଲେ। ଏହାପରେ ଶିଶୁର ମୃତଦେହକୁ କୁମ୍ଭୀର ପାଟିରୁ ଉଦ୍ଧାର କରିଥିଲେ। ଶିଶୁଟିର ଡାହାଣ ହାତକୁ କୁମ୍ଭୀର ଖାଇଦେବା ସହ ଶରୀରର ଅନେକ ଅଂଶରେ ଗଭୀର ଆଘାତ ଓ କାମୁଡା ଚିହ୍ନ ଦେଖାଯାଇଛି। ଏହି ଘଟଣା ପାଇଁ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଦୋଷାରୋପ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories