Patra electronics

ମନଛୁଆଁ : ଦେଖନ୍ତୁ ଭିଡିଓ ; ସବୁଦିନ ଟ୍ରେନକୁ ଅପେକ୍ଷା କରୁଛି କୁୁକୁର, ଆସିବା ମାତ୍ରେ ଦୌଡୁଛି, ଆଶ୍ଚର୍ଯ୍ୟ କରିବ କାରଣ..

ନୂଆଦିଲ୍ଲୀ : ଏକ ନିର୍ଦ୍ଦିଷ୍ଟ ଟ୍ରେନ ଷ୍ଟେସନକୁ ଆସିବା ମାତ୍ରେ ଏକ କୁକୁର ଏହାକୁ ଦେଖି ଦୌଡିବାକୁ ଲାଗୁଛି। ଯେ କେହି ଏହାକୁ ଦେଖି ହଠାତ୍ କିଛି ବୁଝି ପାରିବେ ନାହିଁ। ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେଉଛି ଯାହା ଖୁବ ମନଛୁଆଁ ଓ ଆଶ୍ଚର୍ଯ୍ୟକର। ଭିଡିଓଟି ଜଣେ ଟ୍ରେନ୍ ଚାଳକ ଓ ଏକ ବୁଲା କୁକୁରର ମଧ୍ୟରେ ଦେଖାଯାଉଥିବା ସ୍ନେହ ସମ୍ପର୍କର ଏକ ମନଛୁଆଁ ଭିଡିଓ। ଭିଡିଓକୁ ଦେଖି ଲୋକଙ୍କ ମୁହଁରେ ହସ ଫୁଟିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ଭିଡିଓରେ ଦେଖାଯାଉଛି ଏକ ବୁଲା କୁକୁର ଜଣେ ଟ୍ରେନ୍ ଚାଳକଙ୍କୁ ଅପେକ୍ଷା କରୁଛି, ଯେ ତାକୁ ପ୍ରତ୍ୟେକ ଦିନ ଖାଇବାକୁ ଦିଅନ୍ତି।

୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା ; ତାତିରୁ ମିଳିବ ତ୍ରାହି..

ଭିଡିଓରେ ଦେଖାଯାଉଛି, ଟ୍ରେନରେ ଜଣେ ବ୍ୟକ୍ତି ଏକ ପାତ୍ରରେ କିଛି ଖାଦ୍ୟ ଧରିଛନ୍ତି। ଭିଡିଓଟି ଆଗକୁ ବଢିବା ମାତ୍ରେ ଦେଖା ଯାଉଛି ଷ୍ଟେସନ ହେବା ମାତ୍ରେ ଏକ କୁକୁର ପ୍ଲାଟଫର୍ମରେ ଟ୍ରେନକୁ ଦେଖି ଦୌଡୁଛି। ଟ୍ରେନ ଅଟକିବା ମାତ୍ରେ କୁୁକୁର ମଧ୍ୟ ଅଟକି ଯାଉଛି। ଟ୍ରେନ ଚାଳକ ଖାଦ୍ୟ ଦେବାକୁ ସେ ଅପେକ୍ଷା କରୁଛି।

ଶନିବାର ପାଇଁ ୫ଟି ବିଶେଷ ଉପାୟ : ପ୍ରସନ୍ନ ହେବେ ଶନି ଦେବ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ଏକ୍ସରେ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓ ଅନୁଯାୟୀ, ଜଣେ ଟ୍ରେନ ଚାଳକ ଷ୍ଟେସନରେ ଏହି କୁକୁରକୁ ଖାଇବାକୁ ଦିଅନ୍ତି। କୁକୁରଟି ସେହି ଟ୍ରେନକୁ ଭଲ ଭାବେ ମନେ ରଖିଛି। ଟ୍ରେନ ଷ୍ଟେସନ ନିକଟବର୍ତ୍ତି ହେବା ମାତ୍ରେ କୁକୁର ଟ୍ରେନକୁ ଦେଖି ଖୁବ୍ ଜୋରେ ଦୌଉଡେ। ଟ୍ରେନ୍ ଅଟକିବା ପରେ ଚାଳକ କୁକୁରକୁ ଖାଇବାକୁ ଦିଅନ୍ତି।
ମେ’ ୧ରେ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓଟିକୁ ୨.୭ ମିଲିୟନରୁ ଅଧିକ ଥର ଦେଖି ସାରିଲେଣି ଲୋକେ। ଲୋକେ ଭିଡିଓ ଦେଖି ନିଜର ମତ ଦେଉଛନ୍ତି। ହୃଦୟସ୍ପର୍ଶୀ ଭିଡିଓ ବୋଲି କହିଛନ୍ତି।

 

Comments are closed.