www.samajalive.in
Saturday, December 6, 2025
15.1 C
Bhubaneswar

ଭାରତରେ ଖୁବଶୀଘ୍ର ଚାଲିବ ଏୟାର ଟ୍ୟାକ୍ସି, ଜାଣନ୍ତୁ କେଉଁ ସହରରେ ମିଳିବ ସେବା, କେତେ ରହିଛି ଭଡ଼ା…

ଡେସ୍କ: କାର୍‌ ଟାକ୍ସି ଭଳି ଭାରତରେ ଖୁବଶୀଘ୍ର ଆରମ୍ଭ ହେବ ଏୟାର ଟ୍ୟାକ୍ସି ସେବା। ଏହା ଫଳରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଭାରତର ଅଳ୍ପ କେତେକ ସହର ମଧ୍ୟରେ ଯୋଗାଯୋଗ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଆରମ୍ଭ​‌ ହେବ। ଏସବୁ ସହର ମଧ୍ୟରେ ରହିଛି ଦିଲ୍ଲୀ ଏବଂ ଗୁରୁଗ୍ରାମ। ଏହା ସହିତ ବେଙ୍ଗାଲୁରୁ, ମୁମ୍ବାଇର ବାନ୍ଦ୍ରା ଏବଂ କୋଲାବା ମଧ୍ୟରେ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବ।

ଦିଲ୍ଲୀରୁ ଗୁରୁଗ୍ରାମ ଯାତାୟାତ ଲାଗି ଲୋକଙ୍କୁ ସଡ଼କ ପଥରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ଟ୍ରାଫିକ ସମସ୍ୟା ଯୋଗୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଯାତାୟାତ କରୁଥିବା ଲୋକେ ହଇରାଣ ହେଉଛନ୍ତି। ତେଣୁ ଏହି ଦୁଇ ସହର ମଧ୍ୟରେ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇ ଇଣ୍ଡିଗୋ ଏୟାରଲାଇନ୍ସର ପ୍ୟାରେଣ୍ଟ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜ। କମ୍ପାନୀ ଏ ନେଇ ଆମେରିକାର ଏକ ଫାର୍ମ ଆର୍ଚର ସହିତ ହାତ ମିଳାଇଛି। ଆସନ୍ତା ୨୦୨୬ରୁ ଏହି ସେବା ଉପଲବ୍ଧ କରିବାକୁ ଯୋଜନା ରହିଥିବା ସୂଚନା ମିଳିଛି।

- Advertisement -

କାଲିଫର୍ନିଆରେ ଅବସ୍ଥିତ କମ୍ପାନୀ ଆର୍ଚର ବିମାନ ଟ୍ୟାକ୍ସି ତିଆରି କରୁଛି। ଏହାକୁ e-VTOL କୁହାଯାଉଛି। ଏହାର ଅର୍ଥ ହେଉଛି ଇଲେକ୍ଟ୍ରିକାଲ ଭର୍ଟିକାଲ ଟେକ୍‌ଅଫ ଅର୍‌ ଲ୍ୟାଣ୍ଡିଂ। ଏହି ବିମାନ ଟ୍ୟାକ୍ସିରେ ୫ଟି ସିଟ୍‌ ରହିବ। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଗୁରୁଗ୍ରାମ, ବେଙ୍ଗାଲୁରୁରୁ ବାନ୍ଦ୍ରା ଏବଂ କୋଲାବା ମଧ୍ୟରେ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ସେବା କାର୍‌ ଟ୍ୟାକ୍ସିଠାରୁ ସାମାନ୍ୟ ଅଧିକ ମୂଲ୍ୟରେ ଯୋଗାଇ ଦିଆଯିବ। କିନ୍ତୁ ଯେଉଁଠି କାର୍‌ରେ ଯିବା ଲାଗି ୧ ଘଣ୍ଟା ସମୟ ଲାଗିଥାଏ, ଏଥିରେ ୧୦ ମିନିଟରେ ପହଞ୍ଚି ହେବ। ଉଦାହରଣ ସ୍ବରୂପ ଯଦି ଜଣେ ବ୍ୟକ୍ତି ଉବର କାର୍‌ ଟ୍ୟାକ୍ସିରେ କନୌଟ୍‌  ପ୍ୟାଲେସରୁ ଗୁରୁଗ୍ରାମ ଯାଉଛନ୍ତି ତାଙ୍କୁ ୧୫୦୦ରୁ ୨ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ୁଛି। କିନ୍ତୁ ଏୟାର ଟ୍ୟାକ୍ସିର ଭଡ଼ା ୨ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ଆର୍ଚର କମ୍ପାନୀର ସିଇଓ ନିଖିଲ ଗୋୟଲ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories