www.samajalive.in
Saturday, December 6, 2025
14.1 C
Bhubaneswar

ଲିଭୁନି ନିଆଁ; ୧ହଜାର ହେକ୍ଟର ଜଙ୍ଗଲ ପୋଡି ନଷ୍ଟ, ୫ମୃତ

ଡେରାଡୁନ୍‌‌: ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁ ଲିଭିବାର ନାଁ ଧରୁନି। ଅଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲ୍ଲାରେ ଜଙ୍ଗଲ ଜଳିବାରେ ଲାଗିଛି। ଏଭଳି ସ୍ଥିତିରେ ଅଲମୋରା ଜଙ୍ଗଲରେ ନିଆଁ ଧୀରେ ଧୀରେ ନିୟନ୍ତ୍ରଣରୁ ବାହାରେ ହେବାରେ ଲାଗିଛି। ଉତ୍ତରାଖଣ୍ଡରେ ୧୨ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା କୁହାଯାଉଛି। ଏହି ସମୟରେ ଜଙ୍ଗଲରେ ନିଆଁକୁ ଆୟତ କରିବାକୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲା ପ୍ରଶାସନ ସହିତ ଏସମ୍ପର୍କରେ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜଙ୍ଗଲରେ ଲାଗିଥିବା ନିଆଁ ଉପରେ ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗତବର୍ଷ ନଭେମ୍ବର ୧ରୁ ଉତ୍ତରାଖଣ୍ଡର ଜଙ୍ଗଲରେ ୯୧୦ଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୧୧୪୫ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି। ଏଠାରେ କହି ରଖୁଛୁ ଯେ ଗତ ଶନିବାର ଦିନ ରାଜ୍ୟରେ ଜଙ୍ଗଲ ନିଆଁ ଲାଗିବା ଘଟଣା ସମ୍ପର୍କରେ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ୫ଜଣଙ୍କ ମୃତ୍ୟୁ ହୋଇଛି। ଏହାସହିତ ଜଙ୍ଗଲ ନିଆଁ ଧୂଆଁ ବାହାରିବା ଯୋଗୁ ଅନେକ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories