BJD Bijuli 480×75 Mob

ଆଜି ସନରାଇଜର୍ସ ହାଇଦ୍ରାବାଦ-ମୁମ୍ବଇ ଇଣ୍ଡିଆନ୍ସ ଟକ୍କର

BJD Bijuli 480×75 Mob

ନୂଆଦିଲ୍ଲୀ : ଆଇପିଏଲ ମହାସମର। ଆଜି  ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ୫୫ତମ ମ୍ୟାଚ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ୧୦ଟି ମ୍ୟାଚରୁ ୬ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍ସ ୧୧ଟି ମ୍ୟାଚରୁ ୩ଟି ବିଜୟ ଓ ୮ଟି ପରାଜୟ ସହ ଏକପ୍ରକାର ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିଛି। ଏବେ ଦଳ ଅବଶିଷ୍ଟ ୩ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ। ପ୍ରଥମ ମ୍ୟାଚରେ ସନରାଇଜର୍ସ ୩୧ରନରେ ମୁମ୍ବଇକୁ ପରାସ୍ତ କରିଥିଲା। ଉକ୍ତ ହାଇ ସ୍କୋରିଂ ମ୍ୟାଚରେ ସନରାଇଜର୍ସ ୨୭୭ରନ କରିଥିବାବେଳେ ମୁମ୍ବଇ ୨୪୬ରନ କରିବାକୁ ସକ୍ଷମ ହୋଇଥିଲା। ଏବେ ମୁମ୍ବଇ ନିକଟରେ ଉକ୍ତ ମ୍ୟାଚ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିଛି। ଦଳର ଶୀର୍ଷ ୩ ବ୍ୟାଟ୍‌ସମ୍ୟାନ ଟ୍ରେଭିସ ହେଡ୍‌ ୩୯୬, ହେନରିଚ କ୍ଲା​‌‌ସେନ ୩୩୭, ଅଭିଷେକ ଶର୍ମା ୩୧୫ରନ କରିଛନ୍ତି। ଏହାବାଦ୍‌ ଆଇଡାନ ମାର୍କରାମ, ନିତିଶ ନିରଞ୍ଜନ ରେଡ୍ଡି, ଅନମୋଲପ୍ରୀତ ସିଂହ,ଅବଦୁଲ ସାମଦ ମଧ୍ୟ ରନ କରୁଛନ୍ତି। ଆଗ ବ୍ୟାଟିଂରେ ଦଳ ବଡ଼ ସ୍କୋର କରିବାରେ ସଫଳ ହେଉଛି। ବୋଲିଂରେ ଭୁବନେଶ୍ବର କୁମାର ଶେଷ ମ୍ୟାଚରେ ୩ଟି ୱିକେଟ ନେଇ ଫର୍ମକୁ ଫେରିଛନ୍ତି। ଟି ନଟରାଜନ ୧୫ଟି ୱିକେଟ ନେଇଛନ୍ତି। ଏହାବାଦ୍‌ ପ୍ୟାଟ୍‌ କମିନ୍‌ସ, ମାର୍କୋ ୟାନସେନ,ଜୟଦେବ ଉନାଦକତ୍‌ ଭଳି ଦ୍ରୁତ ବୋଲର ମଧ୍ୟ ଦଳ ନିକଟରେ ରହିିଛନ୍ତି। ସ୍ପିନର ଭାବେ ଅବଦୁଲ ସାମଦ ସଫଳ ହେଉଛନ୍ତି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ମାତ୍ର ୧ରନରେ ପରାସ୍ତ କରିବାରେ ସଫଳ ହୋଇଥିଲା। ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ନିଶ୍ଚିତ ଉଦ୍ୟମ କରିବ। ମୁମ୍ବଇ ଇଣ୍ଡିଆନ୍‌ସ ଶେଷ ମ୍ୟାଚରେ କଲକାତା ନାଇଟ୍ ରାଇଡର୍ସ ନିକଟରୁ ପରାଜିତ ହୋଇଥିଲା। ରୋହିତ ଶର୍ମା ଉକ୍ତ ମ୍ୟାଚରେ ଇମ୍ପାକ୍ଟ ଖେଳାଳି ଭାବେ ଖେଳିଥିଲେ। ଦଳ ନିକଟରେ ଲମ୍ବା ବ୍ୟାଟିଂ ଲାଇନ ରହିଥିଲେ ମଧ୍ୟ ୧୭୦ରନ ଲକ୍ଷ୍ୟକୁ ହାସଲ କରିବାରେ ବିଫଳ ହୋଇଥିଲା। ଈଶାନ କିଷନ, ରୋହିତ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ୍‌ ଡେଭିଡ୍‌, ନିହାଲ ୱାଧେରା, ନମନ ଧିର ଓ ହାର୍ଦିକ ପାଣ୍ଡ୍ୟା ରହିଥିଲେ ମଧ୍ୟ ଦଳ ବ୍ୟାଟିଂରେ ବିଫଳ ହେଉଛି। ରୋହିତ ସାମାନ୍ୟ ଆହତ ଥିବାରୁ ଗତ ମ୍ୟାଚରେ ଇମ୍ପାକ୍ଟ ଖେଳାଳି ଭାବେ ଖେଳିଥିଲେ। ଅନ୍ୟପକ୍ଷରେ ବୋଲିଂରେ ଯଶପ୍ରୀତ ବୁମ୍‌ରା, ଗାଲାର୍ଡ କୋଏଟ୍‌ଜି,ନୂଆନ ତୁଷାରା ଓ ପିୟୁଷ ଚାୱାଲା ରହିଛନ୍ତି। ହାର୍ଦିକ ମଧ୍ୟ ଅତିରିକ୍ତ ବୋଲର ଭାବେ ଦଳ ନିକଟରେ ମହୁଜଦ ରହିଛନ୍ତି। କିନ୍ତୁ ଦଳର ବୋଲିଂ ଅସନ୍ତୁଳିତ ରହିଛି। ବୁମ୍‌ରା ୧୭ଟି ୱିକେଟ ନେଇଥିବାବେଳେ ଅନ୍ୟ କୌଣସି ବୋଲରଙ୍କ ସହାୟତା ମିଳୁନାହିଁ। ବ୍ୟାଟିଂକୁ ନେଇ ଶକ୍ତିଶାଳି ଥିବା ସନରାଇଜର୍ସ ବିପକ୍ଷରେ ମୁମ୍ବଇ ବୋଲରଙ୍କ ପାଇଁ ନିଶ୍ଚିତ ଆହ୍ବାନ ହେବ। କାରଣ ସନରାଇଜର୍ସ ଏପର୍ଯ୍ୟନ୍ତ ୩ଥର ୨୫୦ରୁ ଅଧିକ ସ୍କୋର କରିବାରେ ସଫଳ ହୋଇଛି। ଯାହାକି ବିପକ୍ଷ ଦଳ ବୋଲରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ସନରାଇଜର୍ସ ବ୍ୟାଟ୍‌ସମ୍ୟାନଙ୍କୁ ରୋକିବାକୁ ହେଲେ ମୁମ୍ବଇ ବୋଲରଙ୍କୁ ମିଳିତ ଭାବେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

Comments are closed.