www.samajalive.in
Saturday, December 6, 2025
15.1 C
Bhubaneswar

ମନ୍ତ୍ରୀଙ୍କ ଘନିଷ୍ଠ ସଚିବଙ୍କ ସହାୟକ ଘରୁ ୨୦ କୋଟିରୁ ଊର୍ଦ୍ଧ୍ବ ଜବତ

ରାଞ୍ଚି: ଝାଡ଼ଖଣ୍ଡ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲମଙ୍କ ଜଣେ ଘନିଷ୍ଠ ତଥା ତାଙ୍କ ସଚିବ ସଞ୍ଜୀବ କୁମାର ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ୨୦ କୋଟି ଟଙ୍କାରୁ ଅଧିକ ଅର୍ଥ ଜବତ ହୋଇଛି। ସୋମବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସଞ୍ଜୀବଙ୍କ ଘରେ ଚଢ଼ାଉ କରାଯିବା ସମୟରେ ଏହି ଅର୍ଥ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ବିଭାଗୀୟ ଯନ୍ତ୍ରୀ ବୀରେନ୍ଦ୍ର ରାମଙ୍କ ଗିରଫ ମାମଲାରେ ଇଡି ଖୋଳତାଡ଼ କରୁଥିଲା। ବିଭାଗର ଅନେକ ଯୋଜନାରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଇଡ଼ି ଏହାର ତଦନ୍ତ କରି ୨୦୨୩ରେ ବୀରେନ୍ଦ୍ରଙ୍କୁ ଗିରଫ କରିଥିଲା। ତଦନ୍ତରୁ ମିଳିଥିବା ତଥ୍ୟକୁ ଆଧାର କରି ଇଡି ପକ୍ଷରୁ ମନ୍ତ୍ରୀ ଆଲମଗିରଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବଙ୍କ ବାସଭବନରେ କାମ କରୁଥିବା ଘରୋଇ ସହାୟକଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଘରୋଇ ସହାୟକଙ୍କ କୋଠରିରୁ ବହୁ ପରିମାଣର ନଗଦ ଅର୍ଥ ମିଳିଥିଲା, ଯାହା ୨୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି।

- Advertisement -

ଏହା ବ୍ୟତୀତ ଏହି ଆର୍ଥିକ ଅନିୟମିତତା ମାମଲାରେ ଜଡ଼ିତ ଅନ୍ୟ କେତେଜଣଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ମୋଟ ୯ଟି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ କିଛି ଅଧିକାରୀ ଏବଂ କିଛି ରାଜନେତା ରହିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories