www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ଓଜେଇଇ: ପରୀକ୍ଷା ଦେବେ ୬୫,୭୪୨ ଛାତ୍ରଛାତ୍ରୀ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ଆଜିଠାରୁ ଆରମ୍ଭ ହେଉଛି। ଏହି ପରୀକ୍ଷା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସିବିଟି ମୋଡ୍‌ରେ ଏହି ପରୀକ୍ଷା ‌େ‌ହବ। ପରୀକ୍ଷା ପାଇଁ ମୋଟ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଓଡ଼ିଶାରେ ୫୭ଟି ପରୀକ୍ଷା କେନ୍ଦ୍ର ଥିବାବେଳେ ଭୁବନେଶ୍ବରରେ ସର୍ବାଧିକ ୧୧ଟି କେନ୍ଦ୍ର ରହିଛି। ରାଜ୍ୟ ବାହାରେ ତିନୋଟି ସହର କଲକାତା, ପାଟଣା, ରାଞ୍ଚିରେ ମୋଟ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ପାଇଁ ୬୫,୭୪୨ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ତିନୋଟି ସିଫ୍ଟରେ ଦୁଇଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ୧୦ଟା ୩୦, ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୧୨ଟା ୩୦ରୁ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ଅପରାହ୍ଣ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ରହିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories