www.samajalive.in
Saturday, December 6, 2025
14.1 C
Bhubaneswar

ନନ୍ଦନକାନନର ‘ନନ୍ଦନ’ ଅସୁସ୍ଥ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ ଚାମ୍ବରରେ ରହୁଥିବା ଜଙ୍ଗଲୀ ବାଘ ‘ନନ୍ଦନ’ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଛି। ସେ ଠିକ୍ ଭାବେ ଖିଆପିଆ କରୁନାହିଁ। ଗୋଟିଏ ସ୍ଥାନରେ ପଡ଼ି ରହିବା ସହ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ପ୍ରାଣୀଉଦ୍ୟାନ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଥିଲେ ହେଁ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ଉନ୍ନତମାନର ଚିକିତ୍ସା ପାଇଁ କର୍ତ୍ତୃପକ୍ଷ ଭୁବନେଶ୍ବର ସ୍ବାସ୍ଥ୍ୟ କମିଟିଙ୍କ ପରାମର୍ଶ ଲୋଡ଼ିଛନ୍ତି। ୨୦୧୩ ମାର୍ଚ୍ଚ ୨୪ରେ ନନ୍ଦନକାନନ ଅଭୟାରଣ୍ୟରୁ ଏହି ବାଘ ପ୍ରାଣୀ ଉଦ୍ୟାନ ଭିତରକୁ ପଶି ଆସିଥିଲା। ପରବର୍ତ୍ତୀ ସମୟରେ ଏହି ବାଘର ନାମ ‘ନନ୍ଦନ’ ନାମରେ ନାମିତ କରାଯାଇ କେନ୍ଦ୍ରଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସଂରକ୍ଷିତ ପ୍ରଜନନ ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରଖାଗଲା। ୨୦୧୬ ଏପ୍ରିଲ ୨୦ରେ ନନ୍ଦନକୁ ନନ୍ଦନକାନନର ଜନ୍ମିତ ବାଘୁଣୀ ‘ମେଘା’ ସହିତ ମିଳନ କରାଯାଇଥିଲା। ସେମାନଙ୍କ ଔରସରୁ ୨ଟି ଅଣ୍ଡିରା ବାଘ ଜନ୍ମ ହୋଇଥିଲେ। ୨୦୧୬ ଅକ୍ଟୋବର ୨୯ରୁ ଜଙ୍ଗଲୀ ବାଘ ନନ୍ଦନକୁ ପର୍ଯ୍ୟଟକଙ୍କୁ ପ୍ରଦର୍ଶିତ କରାଯାଉଛି। ନନ୍ଦନ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜନ୍ତୁ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories