ଅକ୍ଷୟ ତୃତୀୟାର ପର୍ବ ପ୍ରତ୍ୟେକ ବର୍ଷ ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିରେ ପାଳନ କରାଯାଏ। ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୦ ମେରେ ପାଳନ କରାଯିବ।
ଅକ୍ଷୟ ତୃତୀୟା ବର୍ଷର ସବୁଠାରୁ ଶୁଭ ତିଥି ମଧ୍ୟରୁ ଗୋଟିଏ। ଏହି ଦିନ ସୁନା, ଚାନ୍ଦି ଜିନିଷ ଆଦି କିଣିବା ସହ ମା’ଲକ୍ଷ୍ମୀଙ୍କ ବିଧି ବିଧାନରେ ପୂଜାର୍ଚ୍ଚନା କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଜ୍ୟୋର୍ତିବିଦଙ୍କ ମତାନୁସାରେ ଅକ୍ଷୟ ତୃତୀୟାରେ ମା’ଲକ୍ଷ୍ମୀଙ୍କ ପ୍ରିୟ ଜିନିଷ ଗୃହକୁ ଆଣିବା ଦ୍ୱାରା ମନୁଷ୍ୟ ଭାଗ୍ୟଶାଳୀ ହୋଇ ପାରିବ। ଏଭଳି ଲୋକଙ୍କ ଘରେ ସର୍ବଦା ଧନର ବର୍ଷା ହୋଇଥାଏ।
ଅକ୍ଷୟ ତୃତୀୟା ଦିନ ମା’ଲକ୍ଷ୍ମୀଙ୍କ ଧାତୁରେ ତିଆରି ପାଦୁକା ଘରକୁ ଆଣିବା ଅତ୍ୟନ୍ତ ଶୁଭଙ୍କର। ଏହାକୁ ଘରର ଠାକୁର ଘରେ ରଖିବା ନିୟମିତ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ କୃପା ପ୍ରାପ୍ତି ହୋଇ ଧନର ଅଭାବ ଦୂର ହୋଇଥାଏ।
ମା’ଲକ୍ଷ୍ମୀଙ୍କୁ କଉଡି ଅତ୍ୟନ୍ତ ପ୍ରିୟ। ଘରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ରହିବା ପାଇଁ ଘରକୁ ଅକ୍ଷୟ ତୃତୀୟାରେ କଉଡି ନିଶ୍ଚୟ ଆଣନ୍ତୁ। ଏହି ଗୋଟିଏ ଉପାୟ ଆର୍ଥିକ ସମସ୍ୟାକୁ ଦୂର କରିଥାଏ।
ଜାଣନ୍ତି କି କେଉଁ ସମୟରେ ପୂଜା କଲେ ପ୍ରସନ୍ନ ହୁଅନ୍ତି ମା’ଲକ୍ଷ୍ମୀ: ହୁଏ ଧନର ବର୍ଷା, ଚମକେ ଭାଗ୍ୟ..
ଅକ୍ଷୟ ତୃତୀୟା ଦିନ ମା’ଙ୍କୁ ନଡିଆ ନିଶ୍ଚୟ ଅର୍ପଣ କରନ୍ତୁ। ଏହା ଅତ୍ୟନ୍ତ ଶୁଭଙ୍କର।
ଏହି ଦିନ ଘରକୁ ଶଙ୍ଖ ନିଶ୍ଚୟ ଆଣନ୍ତୁ।
ଅକ୍ଷୟ ତୃତୀୟା ଦିନ ଘରକୁ ଶ୍ରୀଯନ୍ତ୍ର ନିଶ୍ଚୟ ଆଣନ୍ତୁ। ଏହାସହ ସ୍ପଟିକ କଇଁଛ ଘରକୁ ଆଣିବା ଦ୍ୱାରା ଟଙ୍କା ପଇସା ସହ ଜଡିତ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।



