www.samajalive.in
Monday, December 8, 2025
13.1 C
Bhubaneswar

ଜୁଆଆଡ୍ଡାରେ ଚଢାଉ: ୮୦ ହଜାର ୮୪୦ ଟଙ୍କା ଜବତ, ମାମଲା ରୁଜୁ ପରେ ୫ ଅଭିଯୁକ୍ତଙ୍କୁ ଜାମିନରେ ଛାଡିଲା ପୁଲିସ

ଗୋପାଳପୁର : ଗୋପାଳପୁର ପୁଲିସ ପକ୍ଷରୁ ବହାଦୁରପେଟାରେ ଏକ ଜୁଆଆଡ୍ଡା ଉପରେ ଚଡାଉ କରି ସେଠାରୁ ୮୦ ହଜାର ୮୪୦ ଟଙ୍କା, ଗୋଟିଏ ତାସ କାଟା, ଗୋଟିଏ ମେଟ, ମୋବାଇଲ ଜବତ କରିବା ସହ ୫ ଜଣ ଜୁଆଡ଼ିକୁ କାବୁ କରିଥିଲା। ରାମଚନ୍ଦ୍ରପୁର, ଡୁରା ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବହାଦୁରପେଟାରେ ଜୁଆ ଖେଳ ଚାଲିଥିବା ପୁଲିସ ଖବର ପାଇ ସେଠାରେ ଚଢ଼ାଉ କରି ଥିଲା l ସଦର ଏସଡ଼ିପିଓ ଓ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ସେଠାରେଚଢ଼ାଉ ହୋଇଥିଲା। ବହାଦୁରପେଟା ଏକ ଖୋଲା ସ୍ଥାନରେ ପ୍ରାୟ ୧୨ ଜଣ ଜୁଆ ଖେଳୁ ଥିବା ବେଳେ ପୁଲିସ ଗାଡ଼ିକୁ ଦେଖି ଦୌଡି ଚାଲିଯିବାକୁ ଉଦ୍ୟମ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ପୁଲିସ ୫ ଜଣ ଜୁଆଡ଼ିକୁ ଧରିବାରେ ସଫଳ ହୋଇଥିଲା। ଏହା ସହିତ ସେଠାରୁ ଟଙ୍କା, ତାସ, ମେଟ, ମୋବାଇଲ ଜବତ କରିଥିଲା l ଏ ନେଇ ଥାନା କେସ ନମ୍ବର ୩୬/୨୫ ମାମଲା ରୁଜୁ ପରେ ଅଭିଯୁକ୍ତମାନଙ୍କୁ ଜାମିନରେ ଛାଡ଼ିଦେଇଥିବା ପୁଲିସ କହିଛି ।

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories