www.samajalive.in
Sunday, December 7, 2025
23.1 C
Bhubaneswar

ଜୁଆଆଡ୍ଡାରେ ଚଢାଉ: ୮୦ ହଜାର ୮୪୦ ଟଙ୍କା ଜବତ, ମାମଲା ରୁଜୁ ପରେ ୫ ଅଭିଯୁକ୍ତଙ୍କୁ ଜାମିନରେ ଛାଡିଲା ପୁଲିସ

ଗୋପାଳପୁର : ଗୋପାଳପୁର ପୁଲିସ ପକ୍ଷରୁ ବହାଦୁରପେଟାରେ ଏକ ଜୁଆଆଡ୍ଡା ଉପରେ ଚଡାଉ କରି ସେଠାରୁ ୮୦ ହଜାର ୮୪୦ ଟଙ୍କା, ଗୋଟିଏ ତାସ କାଟା, ଗୋଟିଏ ମେଟ, ମୋବାଇଲ ଜବତ କରିବା ସହ ୫ ଜଣ ଜୁଆଡ଼ିକୁ କାବୁ କରିଥିଲା। ରାମଚନ୍ଦ୍ରପୁର, ଡୁରା ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବହାଦୁରପେଟାରେ ଜୁଆ ଖେଳ ଚାଲିଥିବା ପୁଲିସ ଖବର ପାଇ ସେଠାରେ ଚଢ଼ାଉ କରି ଥିଲା l ସଦର ଏସଡ଼ିପିଓ ଓ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ସେଠାରେଚଢ଼ାଉ ହୋଇଥିଲା। ବହାଦୁରପେଟା ଏକ ଖୋଲା ସ୍ଥାନରେ ପ୍ରାୟ ୧୨ ଜଣ ଜୁଆ ଖେଳୁ ଥିବା ବେଳେ ପୁଲିସ ଗାଡ଼ିକୁ ଦେଖି ଦୌଡି ଚାଲିଯିବାକୁ ଉଦ୍ୟମ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ପୁଲିସ ୫ ଜଣ ଜୁଆଡ଼ିକୁ ଧରିବାରେ ସଫଳ ହୋଇଥିଲା। ଏହା ସହିତ ସେଠାରୁ ଟଙ୍କା, ତାସ, ମେଟ, ମୋବାଇଲ ଜବତ କରିଥିଲା l ଏ ନେଇ ଥାନା କେସ ନମ୍ବର ୩୬/୨୫ ମାମଲା ରୁଜୁ ପରେ ଅଭିଯୁକ୍ତମାନଙ୍କୁ ଜାମିନରେ ଛାଡ଼ିଦେଇଥିବା ପୁଲିସ କହିଛି ।

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories