ଗୋପାଳପୁର ବେଳାଭୂମି : ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ବିଭାଗର  ଡିପି ସୁଇଚ ବୋର୍ଡ

ଗୋପାଳପୁର:  ଗୋପାଳପୁର ବେଳାଭୂମି ଅଞ୍ଚଳରେ ନିରବିଛନ୍ନ ଭାବେ ବିଦ୍ୟୁତ୍ ସରବାରହ ପ୍ରଦାନ ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ଭୂତଳ ବିଦ୍ୟୁତିକରଣ ବ୍ୟବସ୍ଥା କରା ଯାଇଥିଲା।ଏହା ସହ ଏହାର ସୁପରିଚାଳନା ନିମନ୍ତେ ବେଳାଭୂମିର କେତେକ ସ୍ଥାନରେ ଡିପି ସୁଇଚ ବୋର୍ଡ ସ୍ଥାପନ କରା ଯାଇଥିଲା।ଏହା ମଧ୍ୟରେ ଗତ କିଛି ମାସ ହେବ ଉକ୍ତ ବୋର୍ଡ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଥିବା ବେଳେ ବିପଦ ସଂକୁଳ ଅବସ୍ଥାକୁ ଚାଲି ଆସିଛି।
prayash
ପରିସ୍ଥିତି ଏପରି ହୋଇଛି ଯେ ଅସାବଧାନତା ବଶତଃ କୈାଣସି ପର୍ଯ୍ୟଟକ ଖୋଲାମେଲା ପଡି ରହିଥିବା ଉକ୍ତ ବୋର୍ଡ଼ ସଂସ୍ପର୍ଶରେ ଆସିଲେ ଜିବନ ଯିବା ନିଶ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ବେଳାଭୂମି ର ଏକ କିଲୋମିଟର ଅଞ୍ଚଳରେ ବିଦ୍ୟୁତ ବିଭାଗ ପକ୍ଷରୁ ସବୁ ସ୍ଥାନରେ ଥିବା ଭଳି ବିଦ୍ୟୁତ ଖୁଣ୍ଟ ଓ ତାରର ବ୍ୟବସ୍ଥା ରହିଥିଲା।
ବେଳାଭୂମିର ଏହା ସମ୍ମୁଖ ଭାଗରେ ରହୁଥିବା ଯୋଗୁଁ ସବୁ ସମୟରେ ବିଦ୍ୟୁତ ବିଭ୍ରାଟ ଲାଗି ରହିବା ସହ ବିପଦ ଘାରି ରହୁଥିଲା। ଗତ ତିନିବର୍ଷ ତଳେ ତତ୍କାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପକ୍ଷରୁ ବିଦ୍ୟୁତ ବିଭାଗକୁ କୁହାଯାଇ ହୋଟଲ ହଲିଡେ ହୋମ ଠାରୁ ଓମ୍ ସାଇ ଫାର୍ମାସି କଲେଜ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ବେଳାଭୂମି ଅଞ୍ଚଳରେ ଭୂତଳ କେବଲ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ ପରିଚାଳନା ନିମନ୍ତେ ସାତଟି ସ୍ଥାନରେ ଡିପି ସୁଇଚ ବୋର୍ଡ ସ୍ଥାପନ କରା ଯାଇଥିଲା।ଏହା ମଧ୍ୟରେ ଏଗୁଡ଼ିକ ନଷ୍ଟ ହୋଇ ଯାଇଥିବା ଯୋଗୁଁ ତୁରନ୍ତ ଏହାର ମରାମତି କରାଯିବାକୁ ସାଧାରଣରେ ଦାବି ହେଉଛି।

Comments are closed.