www.samajalive.in
Tuesday, December 9, 2025
15.1 C
Bhubaneswar

ସକାଳୁ ଉଠୁନି ବେଳାଭୂମିରୁ ଅଳିଆ, ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ

ଗୋପାଳପୁର: ଓଡ଼ିଶାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳମାନଙ୍କ ମଧ୍ୟରେ ଗୋପାଳପୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସ୍ଥାନୀୟ ଏନଏସି ର ଗୋପାଳପୁର ପ୍ରତି ବିଭିନ୍ନ ସମୟରେ ଅନିଚ୍ଛାକୃତ କାର୍ଯ୍ୟକଳାପ ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଏଠାରୁ ମୁହଁ ଫେରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛନ୍ତି। ଗୋପାଳପୁର ସହର ସମେତ ବେଳାଭୂମିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏନଏସି ପକ୍ଷରୁ ପ୍ରତିବର୍ଷ ଏକ ଏଜେନିସି ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଏବଂ  ପ୍ରାୟ ୮୪ ଜଣ ସଫେଇ କର୍ମଚାରୀ ଗୋପାଳପୁର ସହରର ସଫାସୁତୁରାର ଦାୟିତ୍ଵ ନେଇଛନ୍ତି। କିନ୍ତୁ ଅନେକ ସମୟରେ ବିଭିନ୍ନ ଓ୍ବାର୍ଡ ସମେତ ବେଳାଭୂମି ରେ ନିୟୋଜିତ ରହିଥିବା ସଫେଇ କର୍ମଚାରୀ ଛୁଟିରେ ରହିଲେ ସେଠାରେ ଅନ୍ୟ କହାକୁ ନିୟୋଜିତ କରା ଯାଉନଥିବାରୁ ସେହି ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ ସଠିକ ଭାବେ ହୋଇ ପାରୁନଥିବା ଅଭିଯୋଗ ହୋଇଛି।
ଗତ ଦୁଇଦିନ ହେଲା ବଜାର ସାହିରେ ନିୟୋଜିତ ରହିଥିବା ସଫେଇ କର୍ମଚାରୀ ଛୁଟିରେ ରହିଥିବା ଯୋଗୁଁ ବଜାର ସାହିରେ ରାସ୍ତା ସଫା ହୋଇ ପାରା ନାହିଁ,ଏହା ନେଇ ବଜାର ସାହି ବାସିନ୍ଦା ପଞ୍ଚୁ ବେହେରାଙ୍କ ପକ୍ଷରୁ ଏନ ଏ ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ଡ୍ୟୁଟି ରେ ଥିବା ସଫେଇ କର୍ମଚାରୀ ଛୁଟିରେ ଥିବା ଉତ୍ତର ମିଳିଥିଲା ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ଅନ୍ୟ ପଟେ ସାହି ଦାୟିତ୍ଵ ରେ ରହିଥିବା ସଫେଇ କର୍ମଚାରୀ ଛୁଟିରେ ଗଲେ ଅନ୍ୟ କହାକୁ ଏହାର ଦାୟିତ୍ଵ ଦେବା ପାଇଁ ଏନ ଏ ସି ପକ୍ଷରୁ ବ୍ୟବସ୍ଥା ନକରିବା ଏନ ଏ ସି ର ଦାୟିତ୍ଵ ହିନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଅନ୍ୟ ପଟେ ଶନିବାର ସରକାରୀ ଛୁଟି ଦିବସ ସହ ରବିବାର ଛୁଟି ଦିବସ ରହିଥିବାରୁ ଏନ ଏ ସି କାର୍ଯ୍ୟାଳୟ ଛୁଟି ରହୁଥିବା ସହ ସମସ୍ତ କର୍ମରତ କର୍ମଚାରୀ ଓ ଅଫିସର ଛୁଟିରେ ରହୁଥିବାରୁ ଏହିପରି ସମସ୍ୟା ଉପୁଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି।ଆଜି ଛୁଟିଦିନ ସହ ରବିବାର ହୋଇଥିବାରୁ ଭୋର ସମୟରୁ ସୂର୍ଯ୍ୟୋଦୟ ଦେଖିବା ସହ ସମୁଦ୍ରରେ ସ୍ନାନ କରିବାର ମଜା ନେବାକୁ ଆଖପାଖ ଅଞ୍ଚଳ ସମେତ ଗୋପାଳପୁର ର‌‌ ବିଭିନ୍ନ ଲର୍ଜିଂ ମାନଙ୍କରେ ରହୁଥିବା ପର୍ଯ୍ୟଟକ ମାନେ ବେଳାଭୂମି ରେ ଭିଡ ଜମାଇ ଥାନ୍ତି, କିନ୍ତୁ ସକାଳ ୮ ଟା ପର୍ଯ୍ୟନ୍ତ ବେଳାଭୂମି ଅଞ୍ଚଳର ସଫେଇ କରା ଯାଇନଥିବାରୁ ବେଳାଭୂମି ର ବିଭିନ୍ନ ସ୍ଥାନ ରେ ଅଳିଆ ଜମି ରହିବା ସହ ପୁଣି ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳିଥିଲା। ଏଥି ସହ ବେଳାଭୂମି ରେ ରହିଥିବା ଦୁଇଟି ଶୈଚାଳୟ କୁ  ସକାଳ ୮ ଟା ପର୍ଯ୍ୟନ୍ତ ସଫା କରା ଯାଇନଥିବାରୁ ତାହା ମଧ୍ୟ ଅପରିଷ୍କାର ରହିଥିବା ଅନେକ ପର୍ଯ୍ୟଟକ ଅଭିଯୋଗ କରିଛନ୍ତି। ଏଣୁ ଛୁଟି ଦିବସ ମାନଙ୍କ ସମେତ ପ୍ରତିଦିନ ସକାଳ ପୂର୍ବରୁ ବେଳାଭୂମି କୁ ସଫାସୁତୁରା କରାଯିବାକୁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories