ଗୋପାଳପୁର: ଗୋଳନ୍ଥରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଙ୍କ ଆଜି ବ୍ରହ୍ମପୁର ର ଗୋଲାପଲ୍ଲୀ ସ୍ଥିତ ନିଜ ବାସଭବନରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟି ଯାଇଛି। ମୃତକ ଜଣକ ହେଲେ ସରୋଜ କୁମାର ନାୟକ(୪୨)। ସରୋଜ ଗତ ଏକ ବର୍ଷ ହେଲା ଗୋଳନ୍ଥରା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ଆଜି ସବୁଦିନ ପରି ଆଜି ଥାନାରେ ଡ୍ୟୁଟି କରିବା ପରେ ଅପରାହ୍ନରେ ଘରକୁ ଫେରିଥିଲେ। ପ୍ରାୟ ୪ ଟା ବେଳେ ଅଚାନକ ଅସୁସ୍ଥତା ଅନୁଭବ କରିବା ସହ ଶୋଇବା ପାଇଁ ଘରକୁ ଯାଇଥିଲେ। କିନ୍ତୁ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଘଟଣା ଜଣାପଡ଼ିବା ପରେ ଗୋଳନ୍ଥରା ଥାନା ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Popular Categories



