ଗୋପାଳପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ସ୍ୱାଗତ
ଗୋପାଳପୁର: କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ଜନହିତ ଯୋଜନାକୁ ଲୋକାଭିମୁଖି କରିବା ସକାଶେ ସାରା ଭାରତର ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ, ଏନ ଏ ସି ଆଦିରେ ପଦର୍ଶିତ କରାଯିବା ଯୋଜନା ରହିଛି। ସେହି ପରିପେକ୍ଷୀରେ ଆଜି ଅପରାହ୍ନରେ ଗୋପାଳପୁର ଏନ ଏ ସିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପହଂଚିଥିଲା। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ସ୍ୱାଗତ କରିବା ସହ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଗ୍ରାମ ସ୍ୱରାଜ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଜନ ଔଷଧୀ ଯୋଜନା, ଉଜ୍ୱଳା ଯୋଜନା, ଆବାସ ଯୋଜନା, ଆଧାର ଯୋଜନା, ଡିଜିଟାଲ ଭାରତ, ମୁଦ୍ରା ଲୋନ, ସୁନିଧି ଯୋଜନା, ସ୍ବର୍ଣ୍ଣ ଭାରତ ଯୋଜନା, ବିଶ୍ଵକର୍ମା ଯୋଜନା, ବନ୍ଦେ ଭାରତ ଯୋଜନା, ଖେଲୋ ଇଣ୍ଡିଆ ଯୋଜନା ଦ୍ୱାରା ଛାତ୍ର ଛାତ୍ରୀ, ଯୁବକ, ଯୁବତୀ ମାନଙ୍କ ଅନ୍ତଃନିହିତ ପ୍ରତିଭା ଉପରେ ଉପସ୍ଥିତଙ୍କୁ ବୁଝାଇଥିଲେ। ଏହି ଅବସରରେ ବହୁ ହିତାଧିକାରୀ ବିଭିନ୍ନ ଯୋଜନାରେ ଆବେଦନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ କର୍ମଚାରୀ, ବହୁ ହିତାଧିକାରୀ ଉପସ୍ଥିତ ଥିଲେ।
Comments are closed.