ଜାପାନ ଆଣିଲା 6G ! ୫ଟି ସିନେମା ଡାଉନଲୋଡ୍ ହେବା ପାଇଁ ଲାଗିବ ମାତ୍ର ଏକ ସେକେଣ୍ଡ

ନୂଆଦିଲ୍ଲୀ : ବିଶ୍ବର ଅନେକ ଭାଗରେ ୫ଜି ଏବେବି ଚାଲୁନି କିନ୍ତୁ ଜାପାନ ୬ଜି ପ୍ରସ୍ତୁତ କରିବାରେ ଲାଗିପଡିଛି । ଜାପାନର ଏକ କନସୋର୍ଟିୟମ ନିକଟରେ ବିଶ୍ବର ପ୍ରଥମ ୫ଜି ପ୍ରୋଟୋଟାଇପ୍ ଡିଭାଇସ ନେଇଆସିଛି । କୁହାଯାଉଛି କି ଏହା ୩୩୦ ଫୁଟରୁ ଅଧିକ ଦୂର ପର୍ଯ୍ୟନ୍ତ ୧୦୦ ଗିଗାବିଟ୍ ପ୍ରତି ସେକେଣ୍ଡ ସ୍ପିଡରେ ଡାଟା ଟ୍ରାନ୍ସଫର କରିପାରିବ । ଏହି ସ୍ପିଡ୍ ବର୍ତ୍ତମାନର ୫ଜି ତୁଳନାରେ ୨୦ ଗୁଣା ଅଧିକ ।

ନିର୍ବାଚନ ପ୍ରଚାର କରି ଫସିଲେ ଅଲ୍ଲୁ ଅର୍ଜୁନ, ଅପରାଧିକ ମାମଲା ରୁଜୁ କଲା ପୁଲିସ

ଅର୍ଥାତ୍ ଆଉ ସେ ଦିନ ବେଶି ଦୂର ନୁହେଁ ଯେଉଁଦିନ ଇଣ୍ଟରନେଟରୁ କୌଣସି ଫିଲ୍ମ ଡାଉନଲୋଡ୍ କରିବାକୁ ମାତ୍ର କିଛି ସେକେଣ୍ଡ ଲାଗିବ । ୬ଜି ସ୍ପିଡରେ ଆପଣ ଗୋଟିଏ ସେକେଣ୍ଡରେ ୫ଟି ଏଚଡି ଫିଲ୍ମ ଡାଉନଲୋଡ୍ କରିପାରିବେ । ପ୍ରୋଟୋଟାଇପ୍ ଡିଭାଇସକୁ ଜାପାନର ୪ ପ୍ରମୁଖ ଟେଲିକମ୍ୟୁନିକେସନ ଫର୍ମ ଡୋକୋମୋ, ଏନଟିଟି କର୍ପୋରେସନ, ଏନଇସି କର୍ପୋରେସନ ଏବଂ ଫୁଜିତ୍ସୁ ମିଶି ପ୍ରସ୍ତୁତ କରିଛନ୍ତି । ଏହି କମ୍ପାନୀମାନେ ଅନେକ ଦିନ ଧରି ଏହି ଡିଭାଇସ ଉପରେ କାମ କରୁଥିଲେ । ତେବେ କହିରଖୁଛୁ ଏଥିରେ ୫ଜି ଅପେକ୍ଷା ଅଧିକ ଫ୍ରିକ୍ବେନ୍ସି ବ୍ୟାଣ୍ଡ ବ୍ୟବହାର କରାଯାଇଛି । ଅର୍ଥାତ୍ ୬ଜି ଡିଭାଇସ ପାଇଁ ସ୍ପିଡ୍ ଡାଉନଲୋଡ୍ ନିମନ୍ତେ ଆବଶ୍ୟକ ଫ୍ରିକ୍ବେନ୍ସି ପ୍ରାପ୍ତ କରିବା କଷ୍ଟ ହେବ ।

Comments are closed.