www.samajalive.in
Sunday, December 14, 2025
26.1 C
Bhubaneswar

ନିର୍ବାଚନ ପ୍ରଚାର କରି ଫସିଲେ ଅଲ୍ଲୁ ଅର୍ଜୁନ, ଅପରାଧିକ ମାମଲା ରୁଜୁ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କ ଝଲକ ଟିକିଏ ପାଇବାକୁ ସର୍ବଦା ବ୍ୟଗ୍ର ଥାଆନ୍ତି। ସେ ଜୁଆଡେ ଯାଆନ୍ତି, ତାଙ୍କ ପଛେପଛେ ପ୍ରଶଂସକମାନେ ସେଠାରେ ପହଞ୍ଚି ଯାଆନ୍ତି। ଠିକ୍‌ ଏମିତି ହିଁ କିଛି ଘଟିଛି, ଯେତେବେଳେ ସେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଓ୍ବାଇଏସଆରସିପି ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ପାଇଁ ପ୍ରଚାର କରିବାକୁ ନନ୍ଦୟାଲରେ ପହଞ୍ଚିଥିଲେ। ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହାକୁ ନେଇ ଅଭିନେତାଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଏବଂ ସମର୍ଥକ ରବି ଚନ୍ଦ୍ରଙ୍କ ବାସଭବନକୁ ଆସିଥିଲେ। ଏହାଦ୍ୱାରା ବ୍ୟାପକ ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନ ଓ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଟିମ୍‌ ଦ୍ଵାରା କୌଣସି ଅନୁମତି ନିଆଯାଇ ନଥିଲା, ଏହି କାରଣରୁ ଅଲ୍ଲୁ ଅର୍ଜୁନ ଓ ରବି ଚନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

- Advertisement -


ଅଲ୍ଲୁ ଅର୍ଜୁନଙ୍କ ସହ ତାଙ୍କ ପତ୍ନୀ ସ୍ନେହା ମଧ୍ୟ ସେଠାରେ ଥିଲେ। ଅଭିନେତା ତାଙ୍କ ବନ୍ଧୁ ପାଇଁ ପ୍ରଚାର କରୁଥିବା ଦେଖି ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ହୋଇଥିଲେ। ଭିଡ଼ ଅନିୟନ୍ତ୍ରିତ ହେବାରୁ ମାମଲା ରୁଜୁ କରାଯାଇଛି। ତେବେ ଏ ସମ୍ବନ୍ଧୀୟ ଅଧିକ ସୂଚନା ମିଳିପାରି ନାହିଁ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories