www.samajalive.in
Wednesday, December 10, 2025
15.1 C
Bhubaneswar

ଚଳଚଞ୍ଚଳ ରଥଖଳା: ଚାଲିଛି ତିନି ଠାକୁରଙ୍କ ରଥ ନିର୍ମାଣ କାମ

ପୁରୀ : ଚଳଚଞ୍ଚଳ ହୋଇଛି ରଥ ଖଳା। ଶନିବାର ଆରମ୍ଭ ହୋଇଛି ରଥ ନିର୍ମାଣ। ପ୍ରଥମେ ତିନି ରଥର ୪୨ ଚକ ନିର୍ମାଣ ପାଇଁ ତୁମ୍ୱ ପ୍ରସ୍ତୁତ କରାଯାଉଛି। ମା’ ଚର୍ଚ୍ଚିକାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବିଶ୍ବକର୍ମାମାନେ ତିନୋଟି ଫାଶୀ କାଠରେ ନଡ଼ିଆ ବାଡ଼େଇ ଥିଲେ। ଶନିବାର ତିନି ରଥ ପାଇଁ ଗୋଟିଏ ଲେଖାଏଁ ତୁମ୍ଭ ପାଇଁ କାଠ କଟା ଯାଇଛି। ମହାରଣା କାଠରେ ଚିହ୍ନ ଦେବା ପରେ କରତିମାନେ ତାହାକୁ କାଟିଥିଲେ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସକାଳ ୮ରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ତ୍ବାଧାନରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି। ସେହିପରି ଦୋଳବେଦୀ କୋଣରେ ଅସ୍ଥାୟୀ କମାରଶାଳ ନିର୍ମାଣ କରାଯାଇଛି। ରଥ ନିର୍ମାଣ ପାଇଁ ଆବଶ୍ୟକ କଣ୍ଟା କବଜା ସେଠାରେ ପ୍ରସ୍ତୁତ କରାଯିବ। ପରମ୍ପରା ଅନୁଯାୟୀ କମାର ସେବକମାନେ ସେଠାରେ ଶାଳପୂଜା କରିବେ। ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଲାଗି ପରେ ସୁନା କୁରାଢ଼ୀରେ ଦେଉଳ ପୁରୋହିତ ତିନୋଟି ୧୨ ଫୁଟିଆ ଧଉରା କାଠରେ ସ୍ପର୍ଶ ଦେଇ ରଥ ନିର୍ମାଣ ଶୁଭାରମ୍ଭ କରିଥିଲେ। ଆଗାମୀ ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories